ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ୯୪% ଅଭିଯୋଗ ହୋଇଛି ସମାଧାନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ୧୬ତମ ପାଳି ସୁଦ୍ଧା ୯୪ ପ୍ରତିଶତ ଅଭିଯୋଗର ହୋଇଛି ସମାଧାନ । ୧୪,୦୫୪ଟି ଅଭିଯୋଗ ମଧ୍ୟରୁ ୧୩,୧୬୯ଟି ଅଭିଯୋଗର ସମାଧାନ ହୋଇଛି । ଆଜି ୧୭ତମ ପାଳିରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀଙ୍କ ସହ ୫ ମନ୍ତ୍ରୀ । ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଅଭିଯୋଗ ଶୁଣିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୭୦୦ ଅଭିଯୋଗ ଆସିଥିଲା। ଅଭିଯୋଗ ଗୁଡ଼ିକର ଆଲୋଚନା ହୋଇ ସଂପୃକ୍ତ ବିଭାଗକୁ ପଠା ଯାଇଛି। ମୁଖ୍ୟମନ୍ତ୍ରୀ ବ୍ୟକ୍ତଗତ ଭାବେ ୩୨ ଜଣ ଦିବ୍ୟାଙ୍ଗଙ୍କୁ ଭେଟିଥିଲେ । ଏହା ସହ ଭଦ୍ରକର ବ୍ରଜକିଶୋର ବନ୍ଧାଙ୍କୁ ୧ ଲକ୍ଷ ଟଙ୍କା ଏବଂ ଯାଜପୁରର କାର୍ତ୍ତିକ ସିଙ୍କୁ ୧.୫୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମଞ୍ଜୁର କରାଯାଇଛି। ପାଟଣାଗଡ଼ରୁ ଆସିଥିବା କିଡନୀ ଓ ସ୍ନାୟୁ ରୋଗୀ ତିଳୋତ୍ତମା ପାଣ୍ଡେଙ୍କ ଚିକିତ୍ସା ଓ ଯିବା ଆସିବା ଖର୍ଚ୍ଚ ଯୋଗାଇ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । Post navigation BJD Accuses Govt Of Betraying Farmers: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ରାଜ୍ୟସରକାର ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି