ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର। ରଥଯାତ୍ରାର ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ୯୦ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର।

ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କ ସମେତ ୯୦ ଜଣ ଅଫିସର ଏହି ଦାୟିତ୍ୱରେ ରହିବେ। ସରକାରଙ୍କ ତରଫରୁ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ ରଥଯାତ୍ରାକୁ ଆସୁଥିବା ଭକ୍ତମାନଙ୍କର ଗଣତି କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ରଥଯାତ୍ରାରେ ପୁରୀକୁ ଆସୁଥିବା ଭକ୍ତଙ୍କର ଗଣନା କରାଯିବ ବୋଲି ଘୋଷଣା ହୋଇଛି। ଗଣନା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ୩ଟି ମାର୍ଗରେ ଗଣନା ହେବ। ହୋଟେଲ, ଧର୍ମଶାଳା ଏବଂ ଲଜିଂରେ ମଧ୍ୟ ଯାତ୍ରୀଙ୍କର ଗଣନା କରାଯିବ। ବସ୍, ଅଟୋ, କାର୍, ବାଇକରେ ଆସୁଥିବା ଯାତ୍ରୀଙ୍କୁ ଗଣନା କରାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା।

By Nirvay

Leave a Reply

Your email address will not be published. Required fields are marked *