ଆସନ୍ତା ୬ ତାରିଖରେ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ।  ପ୍ରଦାନ କରିବେ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଖାଲି ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୧୬ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ଦେଇଛନ୍ତି ନୂଆ ସରକାର ।

ସେ ଆଉ ମଧ୍ୟ କହିଛନ୍ତି ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା। ଆମ ସରକାର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛି। ଖୁବଶୀଘ୍ର ଏହା ପୂରଣ ହେବ। ଏହା ସହ ଯାହା ଅସୁବିଧା ଅଛି ତାକୁ ତର୍ଜମା କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *