୮ଟି କଲେଜରୁ ଆସିଛି ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ଆଜି ଗୃହରେ ଏନେଇ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଗୃହରେ ଉତ୍ତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ‘ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ଘଟଣା ସାମ୍ନାକୁ ଆସିଛି । ଜିଏମ ବିଶ୍ୱବିଦ୍ୟାଳୟ ଓ ଯାଜପୁର ବାଲିଆ କଲେଜରୁ ଗୋଟିଏ ଅଭିଯୋଗ ଆସିଛି । ଅନୁଗୁଳ, ବରଗଡ, ଟିଟିଲାଗଡରୁ ଗୋଟିଏ ଲେଖାଏଁ ଏଭଳି ଅଭିଯୋଗ ଆସିଛି । ସେହିପରି ବାଲେଶ୍ୱର ଏଫଏମ୍ କଲେଜରେ ବି ଏଭଳି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ନଜରକୁ ଆସିଛି । ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ । Post navigation Bomb Blast Near Kendriya Vidyalaya: ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼ Odisha Assembly: ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍: ନିତ୍ୟାନନ୍ଦ ଗଣ୍ଡ