ଡ୍ରାଇଭରଙ୍କୁ ଆନ୍ଦୋଳନରତ ଡ୍ରାଇଭର ପିଟିବା ଘଟଣାରେ ୮ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କଲା ପୁଇଁତଳା ଥାନା ପୋଲିସ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ନିକଟ ଟୋଲ୍ ଗେଟ୍‌ ପାଖରେ ହୋଇଥିଲା ଆକ୍ରମଣ । ଗୁରୁତର ଅବସ୍ଥାରେ ଡ୍ରାଇଭର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ସୂଚନା ଯୋଗ୍ୟ; ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପରିବହନ ସେବା ଠପ ହୋଇଛି। ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ଗୁରୁବାର ଜଣେ ଡ୍ରାଇଭର ଗାଡି ଧରି ଜାତୀୟ ରାଜପଥରେ ଯାଉଥିଲେ।  ଆନ୍ଦୋଳନ ସତ୍ତ୍ବେ ଗାଡ଼ି ଚଳାଉଥିବା ନେଇ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନରତ କେତେଜଣ ଆନ୍ଦୋଳନରତ ଡ୍ରାଇଭର ସମ୍ପୃକ୍ତ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲା ଗୁରୁତର ଅବସ୍ଥାରେ ଡ୍ରାଇଭର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାନେଇ ପୁଇଁତଳା ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା। ଆଜି ପୋଲିସ ୮ ଜଣଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *