ସୁଦାନରରେ ଥିବା ହସ୍ପିଟାଲରେ ହୋଇଛି ବଡ଼ ଧରଣର ଡ୍ରୋନ୍ ଆକ୍ରମଣ। ସୁଦାନର ଅଲ୍ ଫାସର ସହରରେ ଥିବା ସାଉଦି ଟିଚିଂ ମାଟରନାଲ୍ ହସ୍ପିଟାଲରେ ଏହି ହମଲା ହୋଇଛି। ଏଥିରେ ୭୦ ଜଣଙ୍କର ଜୀବନ ଯାଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ସନ୍ଦେହ କରାଯାଇଛି। ତେବେ ଆକ୍ରମଣର କାରଣ ଓ କିଏ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଯୋଗ୍ୟ, ସୁଦାନର ଉତ୍ତର ଡାରଫୁର ରାଜ୍ୟର ରାଜଧାନୀ ଏଲ-ଫାସରରେ ଥିବା ହସ୍ପିଟାଲ ଉପରେ ହୋଇଛି ଡ୍ରୋନ୍ ହମ୍ଲା। ହସ୍ପିଟାଲରେ ଶତାଧିକ ରୋଗୀ ଓ ସମ୍ପର୍କୀୟଙ୍କ ଭିଡ଼ ଥିବା ସମୟରେ ହଠାତ୍ ସେଠାରେ ଡ୍ରୋନ ଯୋଗେ ହମଲା ହୋଇଥିଲା। ଅନେକ ଆହତଙ୍କର ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଚାଲିଛି । କିନ୍ତୁ ଚିକିତ୍ସା ସୁବିଧାର ଘୋର୍ ଅଭାବ ହେତୁ ଉପଯୁକ୍ତ ସେବା ମିଳିବା କଷ୍ଟକର ହୋଇପଡ଼ିଛି । ଆକ୍ରମଣରେ ସବୁଠାରୁ ଅଧିକ ମହିଳା ଓ ଶିଶୁଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଆକ୍ରମଣ ପଛରେ ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସେସ-RSF ଥିବା କୁହାଯାଉଛି। ଆକ୍ରମଣ ପରେ ହସ୍ପିଟାଲରୁ ୮୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। Post navigation ଗର୍ଭବତୀଙ୍କୁ ଟ୍ରମ୍ପ୍ ଡର; ପ୍ରି ଡେଲିଭରୀ ପାଇଁ ହସ୍ପିଟାଲରେ ପ୍ରବାସୀଙ୍କ ଗହଳି ମହାକାଶରୁ ଦୃଶ୍ୟମାନ ହେଲା ମହାକୁମ୍ଭର ଅଦ୍ଭୁତ ଦୃଶ୍ୟ