ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଏହାରି ମଧ୍ୟରେ ଆତଙ୍କବାଦୀଙ୍କ ଅନୁପ୍ରଦେଶ ଉଦ୍ୟମ ପଣ୍ଡ କରିଛି ବିଏସଏଫ। ବିଏସଏଫ ଯବାନଙ୍କ ହାତରେ ନିହତ ହୋଇଛନ୍ତି ୭ ଆତଙ୍କବାଦୀ । ୮ ଓ ୯ ତାରିଖ ମଧ୍ୟରାତିରେ, ଜମ୍ମୁ ଫ୍ରଣ୍ଟିୟର୍ ବିଏସଏଫର ସାମ୍ବା ସେକ୍ଟରରେ ଏକ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା। ଯାହାକୁ ବିଫଳ କରିଛି ଭାରତୀୟ ସେନା। ପାକିସ୍ତାନରୁ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କୀ ଜୈସ ଆତଙ୍କବାଦୀ ସଂଗଠନ ସହ ସଂପୃକ୍ତ ଅଛନ୍ତି । ସୂଚନା ଯୋଗ୍ୟ, ଆତଙ୍କବାଦୀମାନେ ମଧ୍ୟରାତ୍ରିରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, ଯାହାକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା। ସେନା ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ଜାରି କରିଛି, ଯେଉଁଥିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଏବଂ ଗୁଳିଚାଳନା ଦୃଶ୍ୟମାନ ହେଉଛି। ରାତିରେ ଆତଙ୍କବାଦୀମାନେ ଅନ୍ତର୍ଜାତୀୟ ସୀମା ଦେଇ ଭାରତରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୈନିକମାନେ ତାଙ୍କୁ ଅଟକାଇବା ପରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୈନିକମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ। Post navigation ଆଇଏଏସ୍ ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ ପାଇଁ ବାହାରିଲା ୨୬୭ଟି ନୂଆ ପଦବୀ