ଆଜି ଦିଲ୍ଲୀ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା । ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ଆତିଶି ମାର୍ଲେନାଙ୍କ ପରେ ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ରେଖା ଗୁପ୍ତା । ଆଜି ଅପରାହ୍ନ ୧୨ଟା ୩୦ରେ ରାମଲୀଲା ମଇଦାନରେ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଶପଥ ନେବେ ।

ଆଜିର ଏହି ଶପଥ ଗ୍ରହଣ ସମାରୋହରେ ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ପ୍ରବେଶ ସହିବ ସିଂ, ଆଶୀଷ ସୁଦ, ମନଞ୍ଜୀନ୍ଦର ସିଂହ ସିରସା, କପିଳ ମିଶ୍ରା ଏବଂ ଡାକ୍ତର ପଙ୍କଜ କୁମାର ସିଂହ ପ୍ରମୁଖ ଶପଥ ନେବାର ସୂଚନା ମିଳିଛି ।

ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାରୁ କାର୍ଯ୍ୟକ୍ରମ ରହିଛି । ଏହା ସହ ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ପୁରା ରାମଲୀଲା ମଇଦାନକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

ସୂଚନାଯୋଗ୍ୟ; ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଷ୍ଟ୍ରୀୟ ମନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସତୀଶ ଉପାଧ୍ୟାୟ ରାଜ୍ୟ ସଭାପତି ଥିବା ସମୟରେ, ସେ ତାଙ୍କ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଥିଲେ। ସେ ୨୦୧୫ରେ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରାସ୍ତ ହୋଇଥିଲେ। ଏହା ପରେ ୨୦୨୦ରେ ସେ ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିବା ବେଳେ ମଧ୍ୟ ପରାସ୍ତ ହୋଇଥିଲେ। ୨୦୨୫ରେ ସେ ତାଙ୍କର ତୃତୀୟ ବିଧାନସଭା ନିର୍ବାଚନ ଲଢ଼ି ଜିତିଥିଲେ।

Leave a Reply

Your email address will not be published. Required fields are marked *