dramatic lightning thundertbolt bolt strike in daylight rural surrounding bad weather dark sky

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ରାପଡ଼ା, ବାଲେଶ୍ବର, ଯାଜପୁର, ସୁବର୍ଣ୍ଣପୁର, ଭଦ୍ରକରେ ୬ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରୁଥିବା ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ବାସୁଦେବପୁର ଓ ଗରା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲା ସୋର ୱାଦା ଗାଁରେ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର ହୋଇଛନ୍ତି। ଯାଜପୁର ଜିଲ୍ଲା ଧର୍ମଶାଳା ଭବାନୀପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକାର ତିଲେଇମାଲ ଗାଁରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନେରଡ଼ା ଗାଁରେ ବି ବଜ୍ରପାତରେ ଚାଷୀଙ୍କ ଜୀବନ ଯାଇଛି।

Leave a Reply

Your email address will not be published. Required fields are marked *