ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପରେ ଦଳ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି ୬ ବିଜେଡି ବିଧାୟକ । ସୋ କଜ୍ ଜାରି ସ୍ବେଚ୍ଛାଚାରୀ ତଥା ବେଆଇନ ବୋଲି କହିଛନ୍ତି ବିଧାୟକ । ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ କାମ କରେନି । ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ୱିପ ଜାରି କରି ବେଆଇନ କାର୍ଯ୍ୟ କରିଛନ୍ତି । ଭୋଟ୍ ପାଇଁ କହିବା ଓ ପ୍ରବର୍ତ୍ତାଇବା ଦଣ୍ଡନୀୟ ଅପରାଧ । BNS- ୧୭୧ ଅନୁଯାୟୀ ବର୍ଷେ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି । ପ୍ରମିଳାଙ୍କ ବିରୋଧରେ ମାମଲା କରିବାକୁ ବିଧାୟକଙ୍କ ଚେତାବନୀ ସହିତ କାରଣ ଦର୍ଶାଅ ନୋଟିସ୍ ତୁରନ୍ତ ପ୍ରତ୍ୟାହାର କରିବାକୁ କହିଛନ୍ତି । ବିଧାୟକ ଚକ୍ରମଣି କନହର (ବାଲିଗୁଡ଼ା), ନବ କିଶୋର ମଲ୍ଲିକ (ଜୟଦେବ), ସୌଭିକ୍ ବିଶ୍ୱାଲ୍ (ଚୌଦ୍ୱାର-କଟକ), ସୁବାସିନୀ ଜେନା (ବସ୍ତା), ରମାକାନ୍ତ ଭୋଇ (ତିର୍ତୋଲ) ଏବଂ ଦେବୀ ରଞ୍ଜନ ତ୍ରିପାଠି (ବାଙ୍କି) -ଙ୍କୁ ମାର୍ଚ୍ଚ ୧୭, ୨୦୨୬ରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ୍ ପ୍ରଦାନ କରିଥିଲେ, ଯେଉଁଥିରେ ସେମାନେ ମାର୍ଚ୍ଚ ୧୬ରେ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତାଙ୍କ ପରିବର୍ତ୍ତେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ ଭୋଟ୍ ଦେବାରୁ ଦଳୀୟ ଶୃଙ୍ଖଳାର ଗମ୍ଭୀର ଉଲ୍ଲଂଘନ ଏବଂ ବିଶ୍ୱାସଘାତକତା କରିଥିବା ଅଭିଯୋଗ କରାଯାଇଥିଲା । ଏପଟେ ପ୍ରମିଳା ମଲ୍ଲିକ ନୋଟିସ୍ର ଉତ୍ତର ନେଇ କହିଛନ୍ତି ଯେ ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ବିଧାୟକ ମାନେ ଦସ୍ତଖତ କରିଛନ୍ତି । ଆଇନ କଣ ଏକା ସେମାନଙ୍କ ପାଇଁ ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ଦଳ ବିରୋଧରେ କାହିଁକି ଭୋଟ୍ ଦେଲେ ଆମେ ମାଗିଥିଲୁ ବୋଲି ପ୍ରମିଳା କହିଛନ୍ତି । ଦଳ ଫିଲଟର ହେଉଛି, ସବୁ ଅଳିଆ ବାହାରିଗଲେ ସ୍ଵଚ୍ଛ ହେବ ବୋଲି ପ୍ରମିଳା କହିଛନ୍ତି । Post navigation Roadshow by Dilip Ray: ରାଉରକେଲାରେ ଦିଲ୍ଲୀପ ରାୟଙ୍କ ବିଶାଳ ରୋଡ଼ ଶୋ Mahanadi River Front Project: ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ