6 arrested in OTET question paper leak case
ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚ ୬ ଜଣଙ୍କୁ ଆଜି ଗିରଫ କରିଛି । ଚଳିତମାସ ୨୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ ।
 
କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ(ବିଏସଇ)ର ଉପସଭାପତିଙ୍କ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ୨ ଲକ୍ଷ ୪୦ ହଜାର ଟଙ୍କା ପାଇଛି । ପ୍ରଶ୍ନପତ୍ର ଭାଇରାଲ କରି ମିଳିଥିବା ଟଙ୍କା ଅଭିଯୁକ୍ତର ସ୍ତ୍ରୀ ଆକାଉଣ୍ଟକୁ ଆସିଛି । ପ୍ରେସ୍‌ମିଟ୍‌ରେ କ୍ରାଇମବ୍ରାଞ୍ଚ ଡିଜି ଏହି ସୂଚନା ଦେଇଛନ୍ତି ।
 
ଗତକାଲି ଏହି ମାମଲାରେ ରାୟଗଡା ଜିଲ୍ଲାରୁ ଜଣେ ଶିକ୍ଷକଙ୍କୁ କ୍ରାଇମବ୍ରାଞ୍ଚ ଉଠାଇଥିଲା । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର ପରେ ଜେଲକୁ ପଠାଇ ଦିଆଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *