ଆଜି ବିଧାନସଭା ପ୍ରଶ୍ନକାଳରେ ଉଠିଲା ବାଲିଯାତ୍ରା ପ୍ରସଙ୍ଗ। ଗୃହରେ କଟକ ବାଲିଯାତ୍ରାରେ ଆଦାୟ ହୋଇଥିବା ଟଙ୍କାକୁ ନେଇ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଚଳିତଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ଟି ଷ୍ଟଲ ଖୋଲାଯାଇଥିଲା । ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା । ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ଏହା ସହ ସଂସ୍କୃତି ମନ୍ତ୍ରୀ କହିଛନ୍ତି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ଆଶା ରହିଛି । କଟକର ଐତିହାସିକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ ୟୁନେସ୍କୋ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର। Post navigation ଓଲଟିଲା ମାଟ୍ରିକ ପିଲାଙ୍କୁ ନେଇଯାଉଥିବା ବୋଲେରୋ; ଜଣେ ମୃତ, ୧୧ ଆହତ ଆସନ୍ତାକାଲିଠାରୁ ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା