ରାଜ୍ୟରେ ଖୁବଶୀଘ୍ର ୫,୮୨୨ ଡାକ୍ତର ପଦବୀ ପୂରଣ କରି ସ୍ୱାସ୍ଥ୍ୟସେବାକୁ ଆହୁରି ମଜବୁତ କରାଯିବ ବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ରାଜ୍ୟରେ ଡାକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୁଦ୍ଧକାଳୀନ ଭିତ୍ତିରେ ଏହାର ସମାଧାନ ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି । ବ୍ରହ୍ମଗିରିର ବିଜେପି ବିଧାୟକ ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ୧୯,୯୮୪ ଡାକ୍ତର ପଦବୀ ମଧ୍ୟରୁ ୬,୭୬୦ ପଦବୀ ଖାଲି ପଡ଼ିଛି । ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସରକାର ଲୋକସେବା ଆୟୋଗଙ୍କୁ ୫,୮୨୨ ଡାକ୍ତର ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କରିବାକୁ କହିଛନ୍ତି । Post navigation ନବ ଦାସଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଚାହୁଁଛୁ କହିଛନ୍ତି ଦୀପାଳି ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା