ଚଳିତ ବର୍ଷ ରାଜ୍ୟରେ ପୂରଣ ହେବ ୫୨୪୮ ଏମବିବିଏସ ଡାକ୍ତର ପଦ । ଏହାସହ ୧୨୬ ଦନ୍ତ ଚିକିତ୍ସକ ଡାକ୍ତର ପଦ ମଧ୍ୟ ଚଳିତ ବର୍ଷ ପୂରଣ ହେବ । ଏନେଇ ଲୋକସେବା ଆୟୋଗଙ୍କୁ ଅନୁରୋଧ କରାଯାଇଥିବା ନେଇ ଆଜି ବିଧାନସଭା ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆଜି ଗୃହର ପ୍ରଶ୍ନ କାଳରେ ସ୍ୱାସ୍ଥ୍ୟ ବିଭାଗକୁ ବାସୁଦେବପୁର ବିଧାୟକଙ୍କ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଖାଲିଥିବା ୫୨୪୮ ଏମବିବିଏସ ଡାକ୍ତର ପଦବୀ ଏବଂ ୧୨୬ଟି ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଛି । ସେହିପରି ପାରା ମେଡ଼ିକାଲ କର୍ମଚାରୀ ପୂରଣ ପାଇଁ ଓଏସ୍ଏସ୍ଏସସିକୁ ଚିଠି ଲେଖାଯାଇଛି । ସେହିପରି ସବୁ ଜିଲ୍ଲା ହସ୍ପିଟାଲରେ ଡେ କେୟାର ସେଣ୍ଟର ଓ କେମୋଥେରାପି ବ୍ୟବସ୍ଥା କରାଯିବ । ସାଟେଲାଇଟ ସେଣ୍ଟରର ଉଦ୍ଦେଶ୍ୟ ହେଉଛି, ଯେଉଁ ପୁରୁଣା ଭିତ୍ତିଭୂମି ଅଛି, ତାହା ବ୍ୟବହାର କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା । Post navigation ରଥଯାତ୍ରା ପାଇଁ ପୁରୀରେ ଲାଗିବ ଏଆଇ କ୍ୟାମେରା ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍ ଓ ୬୮ ଆଇପିଏସ୍ ପଦବୀ