ନୂଆପଡ଼ା ଉପନିର୍ବାଚନ ପାଇଁ ସୁରୁଖୁରୁରେ ଚାଲିଛି ମତଦାନ । ଉପନିର୍ବାଚନରେ ଦିନ ୧ଟା ସୁଦ୍ଧା ୫୧.୪୨ ପ୍ରତିଶତ ମତଦାନ ହୋଇଥିବା ହୋଇଥିବା ଜଣାପଡିଛି । ଭୋଟର ମାନେ ନିଜ ନିଜର ମତ ସାବ୍ୟସ୍ତ କରିଛନ୍ତି । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ଏହି ନିର୍ବାଚନରେ ଶାସକ ବିଜେପି, ବିଜେଡି, କଂଗ୍ରେସ ସମେତ ମୋଟ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସୂଚନା ଯୋଗ୍ୟ; ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ଚଳିତ ଉପନିର୍ବାଚନରେ ୩୫୮ ବୁଥ୍ ମଧ୍ୟରୁ ୬ଟି ପିଙ୍କ୍ ବା ସଖୀ ବୁଥ୍ କରାଯାଇଛି । ଯେଉଁଥିରେ କେବଳ ମହିଳା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୧୦୧ଟି ସମ୍ବେଦନଶୀଳ ବୁଥ୍ ରହିଛି । ଏଥିରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଓ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ସୁନାବେଡ଼ା ଉପତ୍ୟକାର ଦୁର୍ଗମ ଅଞ୍ଚଳରେ ରହିଛି । Post navigation Pitabas Murder Case: ପୀତବାସ ହତ୍ୟା ମାମଲା: ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସ୍ପି