ରାଜ୍ୟରେ ଗୃହରକ୍ଷୀ ପଦବୀକୁ ବୃଦ୍ଧି କରି ୫ ହଜାର କରାଯିବ ।ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ଏହି ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦ୍ଘାଟନ ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି । ୨୪୧୬ ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ମୋଟ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ । ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦବୀ ଗୁଡିକୁ ତୁରନ୍ତ ହିଁ ପୂରଣ କରିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେଲେ ଖୁବ ଶୀଘ୍ର ରାଜ୍ୟର ବହୁ ବେକାର ଯୁବକ, ଯୁବତୀଙ୍କୁ ରାଜ୍ୟରେ ହିଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି । Post navigation ୬୩ ଆଦିବାସୀ ପରିବାରକୁ ନ୍ୟାୟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ଜରୁରୀକାଳୀନ ERSS ସେବା