ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପୁଣି କଲେରା ପଜିଟିଭ୍‌ ଚିହ୍ନଟ ରୋଗୀମାନଙ୍କ ଚିନ୍ତାର ବିଷୟ ପାଲଟିଛି । ଝାଡ଼ାବାନ୍ତି ଆକ୍ରାନ୍ତ ପରେ ଏବେ ଯାଜପୁରରେ କଲେରା ପଜିଟିଭ୍ ଚିନ୍ତା ବଢ଼ାଇଲାଣି । ଯାଜପୁରରେ ଝାଡ଼ାବାନ୍ତି ନେଇ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବଙ୍କ ସୂଚନା ଦେଇ କହିଛନ୍ତି ଯେଉଁ ୪୦ ସାମ୍ପଲ୍‌ରୁ ୫ କଲେରା ପଜିଟିଭ ଆସିଛି ଭିନ୍ନ ଭିନ୍ନ ଅଞ୍ଚଳର । ଗୋଟିଏ କ୍ଲଷ୍ଟରରୁ ବାହାରି ନାହିଁ, ଆଉ କିଛି ବି କାରଣ ଥାଇପାରେ । ଭୟଭୀତ ହୁଅନ୍ତୁ ନାହିଁ, ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍‌ ଆସନ୍ତୁ । ସଂକ୍ରମଣ ସକ୍ରିୟ ସ୍ଥିତିରେ ରହିଛି, ସମସ୍ତେ ପାଣି ଫୁଟାଇ ପିଅନ୍ତୁ । ସର୍ଭେଲାନ୍ସ ଚାଲିଛି, ଯାଜପୁର ଓ ଏସ୍‌ସିବି ମେଡିକାଲ୍‌ ଟିମ୍‌ ରହିଛି । ଷ୍ଟେଟ୍‌ ଲେବୁଲ ଟିମ୍‌ ମଧ୍ୟ ସବୁ ବେଳେ ସେଠାରେ ରହୁଛି । ଭଦ୍ରକର ସ୍ଥିତି ସେତେ ଗମ୍ଭୀର ନୁହେଁ, କଲେରା ଚିହ୍ନଟ ହୋଇନି । ଏହା ଏକ ଜଳବାହିତ ରୋଗ, ତେଣୁ ପାଣିକୁ ଫୁଟାଇ ପିଇବା ।

ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଝାଡ଼ାବାନ୍ତି ଓ କଲେରା ଦୂଷିତ ଜଳରୁ ବ୍ୟାପୁଛି ବୋଲି ଆଲୋଚନା କରାଯାଇଥିଲା । କିପରି ସଚେତନତା ସୃଷ୍ଟି କରିବା ସହିତ ସ୍ଥିତିକୁ ଆୟତ୍ତକୁ ଆଣିହେବ ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ଏହି ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛି ବୋଲି ସୂଚନା ଦେଇଥିଲେ ।

ଅନ୍ୟପଟେ ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଯାଜପୁରରେ ରଜପର୍ବ ବେଳେ ଭୋଜି ମନା କରାଯାଇଛି। ରଜପର୍ବରେ ସାମୁହିକ ସମାବେଶ ବେଳେ ଭୋଜି ବାରଣ କରାଯାଇଥିବା ଜଣାପଡିଛି । ଜିଲ୍ଲାରେ କଲେରା ଚିହ୍ନଟ ଯୋଗୁଁ ଜିଲ୍ଲା ପ୍ରଶାସନର ପରାମର୍ଶ ଦେଇଛନ୍ତି । ଘର ରନ୍ଧା ଖାଦ୍ୟ, ଫୁଟା ଓ ଫିଲ୍ଟର ପାଣି ପିଇବାକୁ ପରାମର୍ଶ । ନଦୀ, ନାଳ, ପୋଖରୀ ପାଣିରେ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ମନା । ଜିଲ୍ଲାରେ ଝାଡ଼ାବାନ୍ତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି

Leave a Reply

Your email address will not be published. Required fields are marked *