ବେଙ୍ଗାଲୁରୁ ଅଗ୍ନିକାଣ୍ଡରେ ୫ ଓଡ଼ିଆ ଶ୍ରମିକ ଗୁରୁତର । ରୋଷେଇ ବେଳେ ଗ୍ୟାସ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ । ନିଆଁ ଲାଗି ଗୁରୁତର ହେଲେ ୫ ଜଣ ଦାଦନ ଶ୍ରମିକ । ଗୁରୁତର ଗଞ୍ଜାମ କେ. ନୂଆଗାଁ ଥାନା ଜେନାପୁର ଗାଁର ବୋଲି ଜଣାପଡିଛି । ସେମାନେ ହେଲେ ସନ୍ତୋଷ ବେହେରା, ପବିତ୍ର ସେଠି, ରୁନା ସାହୁ, ବିପିନ ସେଠି, ସାରଥୀ ସେଠି  । ଗୁରୁତର ଶ୍ରମିକମାନେ ପେଟ ପାଟଣା ପାଇଁ ମାସେ ତଳେ ବେଙ୍ଗାଲୁରୁ ଯାଇଥିଲେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଜେନାପୁର ଗ୍ରାମର ପାଞ୍ଚଜଣ ଯୁବକ ନିଜ ପେଟ ପାଟଣା ପାଇଁ ମାନେ ତଳେ ବେଙ୍ଗାଲୁରୁ ଯାଇଥିଲେ । ସମସ୍ତ ଶ୍ରମିକ ସେଠାରେ ଗୋଟିଏ ସ୍ପେର ପାର୍ଟ କମ୍ପାନୀରେ କାମ କରିଆସୁଥିଲେ । ନିଜର କାମ ସାରି ନିଜ ରହିବା ଜାଗାରେ ରୋଷେଇ କରୁଥିବା ବେଳେ ଗ୍ୟାସ ଷ୍ଟୋଭ ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁ ଚାହୁଁ ନିଆଁ ସାରା ରୁମ୍‌ରେ ବ୍ୟାପି ଯାଇଥିଲା । ନିଆଁ ଭୟରେ ପାଞ୍ଚ ଜଣ ରୁମ୍‌ରୁ ବାହାରି ପାରିନଥିଲେ।  ସିମ୍ନେ ଗୁରୁତର ଭାବରେ ପୋଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଉକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରି ଚିକତ୍ସା ନିମନ୍ତେ ମେଡିକାଲ ପଠାଇଥିଲେ ।

Leave a Reply

Your email address will not be published. Required fields are marked *