ନନ୍ଦନକାନନକୁ ଆସିଲେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ଆଜି ନନ୍ଦନକାନନରେ ସିଂହୀ ବିଜଲୀ ୫ଟି ଶାବକ ଜନ୍ମ ଦେଇଥିବା ଜଣାପଡିଛି। ବିଜଲୀ ୫ଟି ସାବକ ଜନ୍ମ ହେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୬କୁ ବୃଦ୍ଧି ଘଟିଛି ।

ସୂଚନା ମୁତାବକ; ୨୦୨୦ ମସିହାରେ ବିଜଲୀ ଇନ୍ଦୋର ଚିଡିଆଖାନାରୁ ନନ୍ଦନକାନନକୁ ଆସିଥିଲା। ନନ୍ଦନକାନନ ଆସିବା ପରେ ବିଜଲୀ ୨୦୨୧ ମସିହା ଜୁଲାଇ ୨୧ରେ ବିଜଲୀ ପ୍ରଥମଥର ପାଇଁ ମା ହୋଇଥିଲା l ସେତେବେଳେ ୪ ଟି ଛୁଆ ଜନ୍ମକରିଥିଲା ବିଜଲୀ । ୨୦୨୨ ମାର୍ଚ୍ଚ ୧୭ ରେ ଦ୍ୱିତୀୟ ଥର ଓ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମାଆ ହୋଇଥିଲା ବିଜଲୀ । ଏବେ ଚତୁର୍ଥ ଥର ପାଇଁ ମାଆ ହୋଇଛି ସିଂହୀ ।

Leave a Reply

Your email address will not be published. Required fields are marked *