ରାଜଧାନୀ ବୋମା ବିସ୍ପୋରଣରେ ୫ ଜଣ ଗୁରୁତର। ଭୁବନେଶ୍ୱର ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବା ସହ ଭୁବନେଶ୍ୱର ଡିସିପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଛାତ ଉପରେ ବିସ୍ଫୋରଣ ଘଟିଛି। ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ନେଇ ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ଘଟଣା ପରେ, ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ଆଖପାଖ ଅଞ୍ଚଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୁଇଟି ଅଗ୍ନିଶମ ଗାଡି ଘଟଣାସ୍ଥଳକୁ ପଠାଯାଇଥିଲା। ଭୁବନେଶ୍ୱର ଡେପୁଟି ପୋଲିସ କମିଶନର (ଡିସିପି) ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏୟାରଫିଲ୍ଡ ପୋଲିସ ଷ୍ଟେସନର କର୍ମଚାରୀମାନେ ବିସ୍ଫୋରଣର ପରିସ୍ଥିତି ସମ୍ପର୍କରେ ବିସ୍ତୃତ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା, ଅନେକ ଲୋକ ରାଜ୍ୟ ରାଜଧାନୀରେ ବଢ଼ୁଥିବା ହିଂସା ଏବଂ ବେଆଇନ କାର୍ଯ୍ୟକଳାପ ଉପରେ ଚିନ୍ତା ପ୍ରକାଶ କରିଥିଲେ। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ତେବେ ଏହି ବୋମା ବିସ୍ଫୋରଣରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରୁ ତିନିଜଣ ମହିଳା ରହିଛନ୍ତି। ଘଟଣା ସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଏଖବର ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଛି। ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଅଶାନ୍ତ ହୋଇପଡୁଛି। ଆହାତଙ୍କ ଭିତରେ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ସେମାନଙ୍କ ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଥିବା ନେଇ କହିଛନ୍ତି ଡିସିପି। ଅନ୍ୟପଟେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇ ପାରେ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । ଫିଲ୍ଡ ଭିଜିଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି । ସେ କହିଛନ୍ତି ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି । ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା । ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି । ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । ୫ ମହଲା ବିଶିଷ୍ଟ କୋଠାରେ କିପରି ଭଡ଼ାରେ ରହି ଏହା ଚଳାଇଥିଲେ ତାହା ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ବିସ୍ଫୋରଣରେ ପରେ ସେ ସ୍ଥାନରେ କ୍ଷୟକ୍ଷତି ହୋଇଥିବା ନେଇ ଜଣାପଡିଛି। Post navigation PUCC Directive Withdrawal: PUCC ନ ଥିଲେ ପେଟ୍ରୋଲ ମିଳିବନି ନିର୍ଦ୍ଦେଶ ହେଲା ପ୍ରତ୍ୟାହୃତ