କିଟ୍ କଲେଜରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ୫ ଜଣ ଗିରଫ । ପୋଲିସ ପ୍ରାଥମିକ ଭାବରେ ତଦନ୍ତ କରି ୩ ନିର୍ଦ୍ଦେଶକଙ୍କ ସମେତ ୨ ସୁରକ୍ଷାକର୍ମୀ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ହେଲେ ରମାକାନ୍ତ ନାୟ ଏବଂ ଯୋଗେନ୍ଦ୍ର ବେହେରା। ୫ ଜଣଙ୍କୁ ଗିରଫ କରି ଇନ୍ଫୋସିଟି ପୋଲିସର କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ମଧ୍ୟ ଏହି ଘଟଣାରେ ତତ୍ପରତା ଦେଖାଇଛନ୍ତି । ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର କାରଣ ଖୋଜି ରିପୋର୍ଟ ପ୍ରଦାନ କରିବ। ଏହି କମିଟିର ତଦନ୍ତ ପରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। Post navigation କିଟ୍ ଘଟଣା: ପିଲାଙ୍କୁ ଫେରାଇ ଆଣିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିନି ୨୦୨୪-୨୫ ଆର୍ଥିକ ବର୍ଷର ୧ଲକ୍ଷ ଦୁଇ ହଜାର କୋଟି ଟଙ୍କାର ପାଣ୍ଠି