ରାଜଧାନୀର ରସୁଲଗଡ଼ ଓଭରବ୍ରିଜ ଉପରେ ପୁଲିସ ମିତ୍ର ଓ ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କୁ କରାଯାଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ପ୍ରେସ୍ମିଟ୍ରେ ସୂଚନା ଦେଲେ ଭୁବନେଶ୍ବର ଡିସିପି ପିନାକ ମିଶ୍ର । ଡିସିପି କହିଛନ୍ତି ସହଦେବ ନାୟକଙ୍କ ହତ୍ୟାକାଣ୍ଡରେ ଏବେ ବି ତଦନ୍ତ ଜାରି ରହିଛି । ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏପର୍ଯ୍ୟନ୍ତ ହତ୍ୟାରେ ବ୍ୟବହୃତ ୨ ବାଇକ୍, ମାରଣାସ୍ତ୍ର ଜବତ ହୋଇଛି । ଏହା ସହ ୪ ମୋବାଇଲ୍ ଫୋନ୍, ରକ୍ତ ଲଗା ପୋଷାକ, ଏକ ବ୍ୟାଗ୍ ମିଳିଛି । ସୂଚନା ଯୋଗ୍ୟ, ଗତକାଲି ସକାଳେ ସହହେବ ନାୟକ ନିଜ ଝିଅକୁ ସ୍କୁଲରେ ଛାଡ଼ି ଫେରିବା ବେଳେ ରସୁଲଗଡ଼-ବାଣୀବିହାର ରାସ୍ତାରେ ଥିବା ଓଭର ବ୍ରିଜରେ ତାଙ୍କୁ ଆକ୍ରମଣ କରି ତାଙ୍କ ମୁଣ୍ଡ କାଟି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । Post navigation ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଜେଲ ଗଲେ ଦୁଇ ଯନ୍ତ୍ରୀ ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ