ଆଜି ଗୃହରେ ଅରୁଣ ସାହୁଙ୍କ ପ୍ରଶ୍ନରେ ଲିଖିତ ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୪୫୩୯ଟି ରକ୍ତଚନ୍ଦନ ଗଛ ଅଛି । ସେଥିରୁ ୨୦୭୧ ଚନ୍ଦନ କାଠ ପ୍ରାକୃତିକ ଭାବରେ ଉଠିଯାଇଛି । ଏହା ବ୍ୟତୀତ ପ୍ରାୟ ୨୪୬୮ଟି ରକ୍ତଚନ୍ଦନ ଗଛ ରୋପଣ କରାଯାଇଛି । ଏହା ସହ ଏପ୍ରିଲ ୯ରେ ଚନ୍ଦନ କାଠର ନିଲାମ ହେବ । ରକ୍ତ ଚନ୍ଦନ ମଞ୍ଜ କାଠ ବିଶ୍ବସ୍ତରୀୟ ଈ-ନିଲାମ ଓ ଈ-ଟେଣ୍ଡର ମାଧ୍ୟମରେ ବିକ୍ରି କରିବାପାଇଁ ପଦକ୍ଷେପ ନେଇଅଛି । ଏହା ଭିତରେ ୩ ଟି ପର୍ଯ୍ୟାୟରେ ବିକ୍ରୟ ହୋଇ ସାରିଛି ଓ ସମୁଦାୟ ୩୮.୭୦୮୨ ମେଟ୍ରିକ୍ ଟନ୍ ମଞ୍ଜ କାଠକୁ ୧୩,୭୦,୦୭,୨୭୯ ଟଙ୍କା ମୁଲ୍ୟରେ ବିକ୍ରି କରାଯାଇଅଛି । ଏହି ସବୁ କାଠ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ହାରାହାରି ୧,୩୩,୨୧,୨୧୧ ଟଙ୍କା ନିମ୍ନମତେ ଖର୍ଚ୍ଚ ହେଉଛି । Post navigation ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ମେଡିକାଲରେ ଚାଲିଛି ଅଧିକ ସି-ସେକ୍ସନ: ସ୍ବାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ମୁହାଁ ହେଉଛନ୍ତି ବିଦେଶୀ ପକ୍ଷୀ