ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ । ଏ ନେଇ ଆଜି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା । ସେ କହିଛନ୍ତି ଜିନତ ଓ ଯମୁନାକୁ ମିଶାଇ ଶିମିଳିପାଳ ଜାତୀୟ ଉଦ୍ୟାନରେ ଅଛନ୍ତି ୪୦ ମହାବଳ । ୪୦ ମହାବଳ ମଧ୍ୟରୁ ଅଛନ୍ତି ୬ଟି ଶାବକ, ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି।  ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ ଟି କଳା ମହାବଳ ଅଛି। କଳା ମହାବଳ ମଧ୍ୟରୁ ୯ଟି ପୁରୁଷ କଳା ମହାବଳ ଓ ୯ଟି କଳା ବାଘୁଣୀ ଅଛନ୍ତି।

ସେ ଆଉ ମଧ୍ୟ କହିଛନ୍ତି ଆଗାମୀ ୧୦ ବର୍ଷରେ ମହାବଳ ସଂଖ୍ୟା ଶହେକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଗତବର୍ଷ ଶିମିଳିପାଳରେ ଥିଲେ ୨୭ ମହାବଳ ସହ ୮ ଶାବକ ।

Leave a Reply

Your email address will not be published. Required fields are marked *