ନୂଆ ବର୍ଷରେ ସ୍ୱିଜରଲ୍ୟାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ। କ୍ରାନ୍ସ ମୋଣ୍ଟାନା ସହରରେ ଥିବା ଏକ ବାରରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ ଅଧିକ ଗୁରୁତର ହୋଇଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି । ବିସ୍ଫୋରଣର କାରଣ ଜଣାପଡ଼ି ନଥିବା ବେଳେ ଏହା ଆତଙ୍କୀ କାର୍ଯ୍ୟ ନୁହେଁ, ଅଗ୍ନିକାଣ୍ଡ ବୋଲି କହିଛି ପୋଲିସ । ଏହି କ୍ଲବରେ ଶତାଧିକ ଲୋକ ରହିଥିଲେ । ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ପୋଲିସ ପ୍ରଭାବିତ ଲୋକଙ୍କ ପରିଜନଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରିଛି ।

ସୂଚନା ଯୋଗ୍ୟ; ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଥିବା ଲେ କନଷ୍ଟେଲେସନ୍ ରିସର୍ଟର ବାରରେ ରାତି ୧.୩୦ରେ ଅଗ୍ନିକାଣ୍ଡ ହୋଇଥିଲା । ଏହି ବାର୍ ସାଧାରଣତଃ ରାତି ୨.୦୦ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ଏଥିରେ ଏକାକାଳୀନ ୪୦୦ ଲୋକ ରହିବାର କ୍ଷମତା ରହିଛି। ଖବର ପାଇ ପୋଲିସ, ଆମ୍ବୁଲାନ୍ସ ଏବଂ ଏୟାର ଗ୍ଲାଲସିୟର ହେଲିକପ୍ଟର ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ ।

Leave a Reply

Your email address will not be published. Required fields are marked *