ରାଜଧାନୀ ଭୁବନେଶ୍ୱରରେ ୪ ବର୍ଷର ପିଲା ବିକ୍ରି ଅଭିଯୋଗ ।ପେଟ ପାଟଣା ପାଇଁ ଜଣେ ଦମ୍ପତ୍ତି ନିଜ ପିଲାକୁ ଅନ୍ୟ ହାତରେ ବିକ୍ରି କରିଦେଇ ଥିବା ନେଇ ଅଭିଯୋଗ ଆସିଛି । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା।ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ତେବେ ପୁଲିସ ମାମଲାର ତଦନ୍ତ କରି ଶିଶୁଟିକୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଏଥିରେ ୬ ଜଣଙ୍କୁ ପଚରାଉଚରା କରୁଛି ପୋଲିସ୍ । ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ବିହାର ଏକ ଦମ୍ପତ୍ତି ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେ ନିଜର ୪ ବର୍ଷର ପିଲାକୁ ମାତ୍ର ୪୦ ହଜାର ଟଙ୍କାରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କସରଦା ଅଞ୍ଚଳରେ ଜଣେ ଦମ୍ପତ୍ତିକୁ ବିକ୍ରି କରି ଦେଇଥିବା ଜଣାପଡ଼ିଛି । ଏ ନେଇ ବଡ଼ଗଡ଼ ଥାନା ପୁଲିସ ନିକଟରେ ଅଭିଯୋଗ ହେବା ପରେ ଖୋଳତାଡ଼ ଆରମ୍ଭ ହୋଇଥିଲା । ଅର୍ଥାଭାବ ପାଇଁ ବାପା ମା’ ପିଲାକୁ ବିକ୍ରି କରିଥିବା ଜଣାପଡ଼ିଛି । ତେବେ ଏହି ମାମଲାରେ ତଦନ୍ତ କରି ଶିଶୁକୁ ଉଦ୍ଧାର କରିଛି ପୁଲିସ । ଏହା ସହିତ ୬ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଦୁଇ ଜଣ ମହିଳା ମଧ୍ୟସ୍ଥି ସାଜି ଶିଶୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । Post navigation ରାସନ୍ କାର୍ଡରେ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୬୮ ଜଣ ମୃତ ହିତାଧିକାରୀ ଚିହ୍ନଟ ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ଫଟୋ ହେଲା ଭାଇରାଲ