ଚର୍ଚ୍ଚାରେ କନ୍ଧମାଳ ଆମ୍ବ ଟାକୁଆ ଜାଉ ବିବାଦ । ଘଟଣାର ସପ୍ତାହ ପରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟନାୟକ । ୧୨ ବର୍ଷର ତପସ୍ୟା ଶୁଖୁଆପୋଡାରେ ଗଲା ବୋଲି କହିଛନ୍ତି । କିନ୍ତୁ ଏବେ କନ୍ଧମାଳରେ ମାଣ୍ଡିଆ ଏକ ବଡ଼ ରାଜନୈତିକ ବିବାଦ ଜନ୍ମଦେବାକୁ ଯାଉଛି। ମାଣ୍ଡିଆ ସ୍କାମରେ ବା ଦୁର୍ନୀତିରେ ୪କୋଟି ଟଙ୍କା ଟିଡିସିସି ଓ ଯୋଗାଣ ବିଭାଗ ଚଳୁ କରିଦେଇଥିବା ଅଭିଯୋଗ ଉଠିଛି।

ନବୀନ ସରକାରଙ୍କ ଅମଳରେ ମାଣ୍ଡିଆକୁ ନେଇ ଜବରଦସ୍ତ ରାଜନୀତି ହୋଇଛି। ଏହା ମଧ୍ୟ ଏକ ବିରାଟ ସ୍କାମ । ମାଣ୍ଡିଆ  ଉତ୍ସବ ନାମରେ ଟଙ୍କା ହରିଲୁଟ୍ କରିଥିଲେ ଗତ ସରକାର। ବୋଧହୁଏ ସେହି ନିଶା ଏପର୍ଯ୍ୟନ୍ତ ସରକାରୀ ଅଧିକାରୀମାନଙ୍କ ମୁଣ୍ଡ ମୁଣ୍ଡରୁ ଉତୁରି ନାହିଁ ।

କନ୍ଧମାଳ ୨୦୦୮ରେ ଚର୍ଚ୍ଚିତ ହୋଇଥିଲା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡକୁ ନେଇ। ତା’ ପରେପରେ ଦଙ୍ଗା। ଏହି ଦଙ୍ଗାର ପରବର୍ତ୍ତୀ ପ୍ରତିକ୍ରିୟା ସରୂପ ୨୦୦୯ରେ ଭାଜପା ଏବଂ ବିଜଦ ଭିତରେ ୧୯୯୮ରୁ ଚାଲି ଆସିଥିବା ମେଣ୍ଟ ଭାଙ୍ଗି ଯାଇଥିଲା। ୨୦୨୪ରେ ଆମ୍ବ ଟାକୁଆ ଜାଉ ଯୋଗୁ ପୁଣି ଚର୍ଚ୍ଚାକୁ ଫେରିଲା କନ୍ଧମାଳ । କିନ୍ତୁ ଏବେ ମାଣ୍ଡିଆ ଚର୍ଚ୍ଚା ନୁହେଁ, ବଡ଼ ଦୁର୍ନୀତିର କାହାଣୀ ବଖାଣିବାକୁ ଯାଉଛି ।

କନ୍ଧମାଳରେ ରାସନ କାର୍ଡଧାରୀଙ୍କ ସଂଖ୍ୟା ୧ଲକ୍ଷ ୬୯ହଜାର । ବାଲିଗୁଡ଼ା ଓ ଟିକାବାଲିର ଟିଡିସିସି (ଆଦିବାସୀ ବିକାଶ ସମବାୟ ନିଗମ) ଗୋଦାମରେ ୨୧ହଜାର ୮୬୫କୁ ଇଣ୍ଟାଲ ମାଣ୍ଡି ମହଜୁଦ ଥିଲା। ସେପ୍ଟେମ୍ବର ମାସରେ ସବୁ କାର୍ଡଧାରୀଙ୍କୁ ମାଗଣା ମାଣ୍ଡିଆ ଦେବା ପାଇଁ ସରକାର ନିଷ୍ପଭି ନେଇଥିଲେ ।

କିନ୍ତୁ କାଁଭାଁ କିଛି ଅଞ୍ଚଳରେ ମାଗଣା ମାଣ୍ଡିଆ ଦିଆଯାଇଥିଲା । ସରକାରୀ ନିଷ୍ପରି ଅନୁସାରେ ପ୍ରତି କାର୍ଡ ପିଛା ୧୩କେଜି ମାଣ୍ଡିଆ ମାଗଣାରେ ଦିଆଯିବା କଥା। କିନ୍ତୁ ପ୍ରାୟ ୧୦ହଜାର କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ଉପଭୋକ୍ତାଙ୍କୁ ନ ଦିଆଯାଇ ଅନ୍ୟତ୍ର ବିକ୍ରି କରିଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪କୋଟି ଟଙ୍କା।

Leave a Reply

Your email address will not be published. Required fields are marked *