ଭୁବନେଶ୍ୱର, ତା.୧୭/୦୫: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ ମହାପାତ୍ର ଓ ଶ୍ରୀ ଶାରଦା ପ୍ରଧାନ, ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

ସୁଚାନମୂତବକ, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ପାଟକୁରାରୁ ବିଜେଡିର ଟିକେଟ ପାଇଥିବା ବେଳେ ବିଜୟ ମହାପାତ୍ର ବିଜେପିରେ ଥାଇ ମଧ୍ୟ ବିଜେଡ଼ି ପାଇ ପ୍ରଚାର କାର୍ଯ୍ୟ କରିଥିବାର ଦେଖିବାକୁ ମିଳିଥିଲା ।

ସେହିପରି ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବିଦା କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ବହିଷ୍କାର କରାଯାଇଛି। ମାହାଙ୍ଗାରୁ ଶାରଦା ପ୍ରଧାନ ଓ ସୋରରୁ ରାକେଶ ମଲ୍ଲିକ ଟିକେଟ ନପାଇବାରୁ ଚଳିତ ନିର୍ବାଚନରେ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜୟ ମହାପାତ୍ର,ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *