ବାତ୍ୟା ମୋନ୍ଥା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ୩୨ଟି ଟ୍ରେନକୁ ବାତିଲ କରାଯାଇଛି । ୨୭ ଓ ୨୮ ଦୁଇ ଦିନ ପାଇଁ ୩୨ ଟ୍ରେନ୍ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ସେହିପରି ଗୋଟିଏ ଟ୍ରେନର ଗତିପଥ ବଦଳାଯାଇଥିବାବେଳେ ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ବଦଳାଯାଇଛି । ବିଶେଷକରି ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଦେଇ ଗତି କରୁଥିବା ଟ୍ରେନ ଗୁଡ଼ିକୁ ବାତିଲ କରାଯାଇଛି । ଅନ୍ୟପଟେ ବାତ୍ୟା ମୋନ୍ଥା ପ୍ରଭାବ ପରେ ଟ୍ରାକ୍, ସିଗନାଲିଂ ସିଷ୍ଟମ, ଓଏଚଇ ଏବଂ ବିଦ୍ୟୁତୀକରଣ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି । ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଯାତ୍ରୀ ଏବଂ ରେଳ ସମ୍ପତ୍ତିର ନିରାପତ୍ତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଏହାର ମୁଖ୍ୟାଳୟରେ ୨୪ ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିଛି । ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୮ ତାରିଖରେ ବ୍ରହ୍ମପୁରରୁ ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ଏକ୍ସପ୍ରେସ ବାତିଲ କରାଯାଇଛି । ୨୭ ତାରିଖରେ ବିଶାଖାପାଟଣାରୁ ଏବଂ ୨୯ ତାରିଖରେ ଅମୃତସରରୁ ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ଏକ୍ସପ୍ରେସ ବାତିଲ ରହିବ । ସେହିପରି ୨୮ ଅକ୍ଟୋବରରେ ବିଶାଖାପାଟଣା-ପଲାସା-ବିଶାଖାପାଟଣା ମେମୁ ଉଭୟ ପାର୍ଶ୍ୱରୁ ଏବଂ ବ୍ରହ୍ମପୁର-ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ବାତିଲ ହୋଇଛି । ୨୮ ତାରିଖରେ କଟକରୁ ଏବଂ ୨୯ ଅକ୍ଟୋବର ରେ ଗୁଣୁପୁରରୁ ଛାଡ଼ିବାକୁ ଥିବା କଟକ-ଗୁଣୁପୁର-କଟକ ମେମୁ ବାତିଲ ରହିବ । ୨୮ ଅକ୍ଟୋବର ଭୁବନେଶ୍ୱରରୁ ଛାଡୁଥିବା ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍ , ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ ଏବଂ ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ ବାତିଲ ରହିବ। ୨୭ ଅକ୍ଟୋବରରେ ଭୁବନେଶ୍ୱରରୁ ଛାଡ଼ିବାକୁଥିବା ଭୁବନେଶ୍ୱର-ଜଗଦଳପୁର ହୀରାଖଣ୍ଡ ଏକ୍ସପ୍ରେସ୍ ରାୟଗଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ରାୟଗଡାରୁ ଜଗଦଲପୁର ପର୍ଯ୍ୟନ୍ତ ବାତିଲ ରହିବ । ଟ୍ରାକ୍ ପାଟ୍ରୋଲିଂ ଟ୍ରାକ୍ ସୁରକ୍ଷା ଉପରେ ନଜର ରଖିବା ପାଇଁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପାଟ୍ରୋଲିଂ କର୍ମୀଙ୍କୁ ୨୪ ଘଣ୍ଟା ନିୟୋଜିତ କରାଯାଇଛି । Post navigation Nuapada ByElection: ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟ: କଡ଼ା ଜବାବ୍ ଦେଇ ବର୍ଷା ସିଂ ବରିହା Nuapada Bypoll: ନୂଆପଡ଼ାରେ ବିଜେପିର ମାରାଥନ୍ ପ୍ରଚାର