ବାଲେଶ୍ବର ଭୋଗରାଇ ମନୋରମ ବେଳାଭୂମି ତାଳସାରୀରେ ଗତ କାଲି ରାତିରେ ପ୍ରାୟ ୩୦ ଫୁଟରୁ ଅଧିକ ଲମ୍ବର ଏକ ସାର୍କ ଲାଗିଛି। ମାଛଟିର ଓଜନ ପ୍ରାୟ ୫୦ କୁଇଣ୍ଟାଲରୁ ଅଧିକ ହେବ ବୋଲି ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ ଭୋଗରାଇ ବ୍ଲକ ସାହାବାଜିପୁର ଗାଁର ନନ୍ଦୁ ବେହେରାଙ୍କ ଭୁଟୁଭୁଟିରେ ୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ଏହି ସମୟରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଏହି ବିଶାଳକାୟ ମାଛଟି ଜାଲରେ ଲାଗିଥିଲା। ପ୍ରାୟ ୧୦୦ରୁ ଅଧିକ ଲୋକ ମାଛଟିକୁ ଦଉଡିରେ ବାନ୍ଧି ଉପରକୁ ଆଣିଥିଲେ। ଏହାପରେ ଉକ୍ତ ସାର୍କ ମାଛକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିଲା। ଏପରିକି ଅନେକ ଲୋକ ଏହାର ଫୋଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ। Post navigation Mahanadi Water Dispute: ମହାନଦୀ ଜଳ ବିବାଦ: ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ Anti-Naxal Operation: ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର; ୧୮ ମାଓବାଦୀ ନିହତ