ଆପାଟମେଣ୍ଟରର ଥିବା ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ।ବାରଙ୍ଗ ନରଣପୁର ସ୍ଥିତ ଡିଅନ ଆପାଟମେଣ୍ଟର ନିର୍ମାଣାଧୀନ ପାଇଖାନା ଟାଙ୍କିରୁ ସେଣ୍ଟରିଂ ପଟା ଖୋଲିବା ବେଳେ ଘଟିଛି ଏହି ଭଳି ବଡ଼ ଅଘଟଣା। ଖବର ପାଇ ବାରଙ୍ଗ ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ୩ ଜଣଙ୍କୁ ଉଦ୍ଧାର କରି କଟକ ଏସ୍ ସିବି ଡାକ୍ତରଖାନାକୁ ଆମ୍ବୁଲାନସ୍ ଯୋଗେ ପଠାଇଥିଲା। ଘଟଣାସ୍ଥରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିଲା। କିନ୍ତୁ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ମୁତାବକ; ଆଜି ସକାଳୁ ପାଇଖାନା ଟାଙ୍କି କାମରେ ଲାଗିଥିବା ସେଣ୍ଟରିଂ ପଟା ଖୋଲିବା ପାଇଁ ପ୍ରଥମେ ୨ଜଣ ଶ୍ରମିକ ଭିତରକୁ ଆସିଥିଲେ। ସେମାନେ ଭିତରେ ଅଚେତ ହୋଇ ରହିଯାଇଥଲେ। ତୃତୀୟ ଶ୍ରମିକ ଜଣକ ଡାକିବାରୁ ଉତ୍ତର ଦେଇ ନଥିଲେ। ସେମାନକୁ ଉଦ୍ଧାର କରିବା ପାଇଁଁ ତୃତୀୟ ଶ୍ରମିକ ଭିତରକୁ ପଶିଥିଲେ। ପରେ ତିନି ଜଣଙ୍କ କୌଣସି ଶବ୍ଦ ଶୁଭିନଥିବାରୁ ବାହାରେ ଉପସ୍ଥିତ ଥିବା ଲୋକମାନେ ବାରଙ୍ଗ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ବାରଙ୍ଗ ଥାନା ପୁଲିସ ଓ ବାରଙ୍ଗ ଅଗ୍ନିଶମ ବାହିନୀ ଟାଙ୍କି ଭିତରୁ ୩ ଜଣଙ୍କୁ ଉଦ୍ଧାର କରି କଟକ ଏସ୍ ସିବି ଡାକ୍ତରଖାନାକୁ ଆମ୍ବୁଲାନସ୍ ଯୋଗେ ପଠାଇଥିଲା। ସେଠାରେ ସେମାନଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା ।

 

Leave a Reply

Your email address will not be published. Required fields are marked *