ପୂର୍ବ ସରକାର ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ୫-ଟି ଅଧୀନରେ ଥିବା ସରକାରୀ ଡିଜିଟାଲ ହାଇସ୍କୁଲ ଆରମ୍ଭ କରିଥିଲେ । ଏବେ ନୂଆ ସରକାର ଆସିବା ପରେ ଉଚ୍ଚ ବିଦ୍ୟାଳୟଗୁଡ଼ିକର ରୂପାନ୍ତରୀକରଣ ଖର୍ଚ୍ଚର ଖୋଳତାଡ଼ ଆରମ୍ଭ ହୋଇଛି।

ଆଜି ବିଧାନସଭା ଗୃହରେ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ୫-ଟି ଅଧୀନରେ ଥିବା ୬ ହଜାର ୫୬୪ଟି ସରକାରୀ ଉଚ୍ଚବିଦ୍ୟାଳୟ (ହାଇସ୍କୁଲ)ର ରୂପାନ୍ତରୀକରଣରେ ଖର୍ଚ୍ଚ ହୋଇଛି ୩ ହଜାର ୮୭ କୋଟି ୩୫ ଲକ୍ଷ ଟଙ୍କା । ଏହି ସବୁର ତଦନ୍ତ କରାଯିବ ଏହା ପରେ ଦୁର୍ନୀତି ନଜରକୁ ଆସିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *