୩ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସିଇଓ ଥିବା ଆଇଏଏସ ଆର.ସନ୍ଥଗୋପାଳନଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଦୁଇ ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଏବଂ ଡୋଡା ଭେଙ୍କଟସ୍ୱାମୀଙ୍କୁ ମଧ୍ୟ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସୂଚନା ଯୋଗ୍ୟ, ଆଜି ଓପିଏସ୍ ସ୍ତରରେ ମଧ୍ୟ ପଦୋନ୍ନତି ହୋଇଛି । ରାଜ୍ୟ ସରକାର ୪୭ ଜଣ ଓପିଏସ୍ ଅଧିକାରୀଙ୍କ ଏସଡିପିଓ ଏବଂ ଉପ ଆରକ୍ଷୀ ଅଧିକ୍ଷକ ପଦକୁ ପଦୋନ୍ନତି କରିଛନ୍ତି । ସେହିପରି ଦୁଇ ଜଣ ଓପିଏସ୍ ଅଧିକାରୀ ଅତିରିକ୍ତ ଏସପି ପାହ୍ୟା ପାଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । Post navigation BJD Target BJP Govt: ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଓଡିଶା ଲଜ୍ଜିତ ଓ ନିନ୍ଦିତ ହେଉଛି: ବିଜେଡି Vijay Hazare Trophy: ବିଜୟ ହଜାରେ ଟ୍ରଫିରେ ଦିଲ୍ଲୀକୁ ହରାଇଲା ଓଡ଼ିଶା