ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନଥିବା ବେଳେ କେଉଁଠି ଆଳୁ ନାହିଁ ତ କେଉଁଠି ଚଢା ଦରରେ ବିକ୍ରି ହେଉଛି ଆଳୁ । ଏହି ସବୁ ଅସୁବିଧା ବେଳେ ଖାଉଟିଙ୍କ ପାଇଁ ଭଲ ଖବର ଆଣିଛନ୍ତି ରାଜ୍ୟସରକାର । ଏଣିକି ୧୦୦ ଟଙ୍କାରେ ଗ୍ରାହକଙ୍କୁ ମିଳିବ ୩ କିଲୋ ଆଳୁ । ପରିବାର ପିଛା ୩ କିଲୋ ଆଳୁ ମିଳିବ । ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ୱରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ଦେବା ଆରମ୍ଭ ମଧ୍ୟ ହୋଇସାରିଛି।

ପ୍ରଥମେ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୦୦ ଡିଲର ପଏଣ୍ଟରେ ଆଳୁ ବିକ୍ରି ଆରମ୍ଭ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଦିନ ୧୦.୪୫ ଠାରୁ ଭୁବନେଶ୍ଵରରେ ଶସ୍ତାରେ ବିକ୍ରି କରାଯାଉଛି ଆଳୁ। ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୁବନେଶ୍ବରର ବିଭିନ୍ନ ଡିଲର ମାନଙ୍କୁ ଆଳୁ ପ୍ରଦାନ କରାଯିବ । ଆଳୁ ନେବାକୁ ଜମିଲା ଲୋକଙ୍କ ଗହଳି ।

Leave a Reply

Your email address will not be published. Required fields are marked *