ପାରାଦୀପ ବନ୍ଦରରେ ରୁଷିଆରୁ ଆସିଥିବା ଜାହାଜରେ ୩ ଘାନା ନାଗରିକ ଠାବ। ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏମଭି ଗ୍ରେଟ ଶେଙ୍ଗ ଓ୍ବେନ ଜାହାଜ ବନ୍ଦରରେ ଲାଗିବା ପରେ ଏହାକୁ ତନତନ କରି ଯାଞ୍ଚ କରାଯାଉଛି । ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ ।

ଏହି ଜାହାଜାରେ ୨୦ ଜଣ କ୍ରିୟୁ ସଦସ୍ୟ ଥିବା ବେଳେ ସେମାନଙ୍କ କାଗଜପତ୍ର ଠିକ ଥିବା ବେଳେ ୩ ଘାନା ନାଗରିକ ଥିବା ବେଳେ ସେମାନଙ୍କର କୌଣସି କାଗଜପତ୍ର ନଥିବା ବେଳେ ଏମାନେ ବେଆଇନ ଭାବେ ଜାହାଜରେ ପ୍ରଵେଶ କରିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା । କେଉଁ ଦେଶକୁ ଯାଇଥାନ୍ତେ, କେଉଁ ପୋର୍ଟରୁ ଜାହାଜ ଭିତରକୁ କିଭଳି ଭାବରେ ପ୍ରବେଶ କଲେ ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

ଏଥିସହ କେଉଁ ଉଦ୍ଦେଶ୍ୟରେ ଏହି ନାଗରିକମାନେ ଆସିଛନ୍ତି ତାହା ଜଣାପଡ଼ି ନ ଥିବାବେଳେ ସେମାନଙ୍କୁ ଭାରତର କୌଣସି ବନ୍ଦରରେ ନ ଓହ୍ଲାଇବାକୁ ଜାହାଜକୁ ଇମିଗ୍ରେସନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ୩ ଜଣ ଆସିଛନ୍ତି ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *