ଜାମ୍ମୁ-କାଶ୍ମୀରରେ ନିର୍ବାଚନ ଡ୍ୟୁଟିରେ ଥିବା ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ବିଏସଏଫ ଯବାନ ଶହୀଦ ହୋଇଛନ୍ତି। କାଶ୍ମୀରର ବଡ଼ଗମରେ ଏହି ଦୁର୍ଘଟଣା ଘଟିଛି। ଦ୍ୟୁତିରେ ଥିବା ବେଳେ ପାହାଡିଆ ରାସ୍ତାରେ ଏକ ବସ ଘାଇକୁ ଖସି ପଡିଥିଲା। ଏହି ବସ ୩୬ ଜଣ ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଇକୁ ଖସିପଡିଥିଲା। ୩ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଆହତମାନଙ୍କୁ ଖାନସାହିବ ଏବଂ ବଡଗମ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *