ଭୁବନେଶ୍ୱର ମୈତ୍ରୀ ବିହାରର ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ । ଆଜି ସାମ୍ୱାଦିକ ସମ୍ମିଳନୀରେ କମିଶନର ଏସ୍‌.ଦେବଦତ୍ତ ସିଂହ କହିଛନ୍ତି ଘଟଣାରେ ୨ ଜଣ ନୁହେଁ ୩ ଜଣଙ୍କ ସଂପୃକ୍ତି ରହିଛି । ୨ ଜଣ ଘର ଭିତରକୁ ଯାଇଥିବା ବେଳେ ଜଣେ ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସହାୟତା କରିଛି । ଘଟଣା ପୂର୍ବଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ ।ବାଲ୍‌କୋନୀ କବାଟ ଖୋଲା ରହୁଥିବା ଦେଖି ଯୋଜନା କରିଥିଲେ । ପରିବା କଟା ଛୁରି ଦେଖାଇ ସେମାନେ ଅପରାଧ ଘଟାଇଥିଲେ । ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କର ପୂର୍ବରୁ ଅପରାଧ ରେକର୍ଡ ରହିଛି ।

ସୂଚନା ଅନୁଯାୟୀ; ପୋଲିସ ନିକଟରୁ ମିଳିଥିଲା ସୂଚନା ଅନୁସାରେ ପୀଡ଼ିତା ଜଣଙ୍କ ମୈତ୍ରୀ ବିହାରର ଏକ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ରବିବାର ସେ ନିଜର ୨ ବର୍ଷର ଝିଅ ସହ ଫ୍ଲାଟରେ ଥିଲେ। ସେଦିନ ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଲକୋନି ଦେଇ ଫ୍ଲାଟ୍ ଭିତରକୁ ପଶିଥିଲେ। ସେମାନେ ଝିଅକୁ ମାରିଦେବାକୁ ଭୟ ଦେଖାଇ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିଲେ।

Leave a Reply

Your email address will not be published. Required fields are marked *