ଜାନୁଆରୀ ସୁଦ୍ଧା ୧ କୋଟି ମହିଳାଙ୍କୁ ଦିଆଯିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହାପରେ ମାର୍ଚ୍ଚରେ ଏକାସଙ୍ଗେ କୋଟିଏ ହିତାଧିକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ଏକାକାଳୀନ କୋଟିଏ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା । ଏ ନେଇ ଆଜି ସୁଶାସନ ଦିବସ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୦୨୫ ଜାନୁଆରୀରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟକୁ ସୁଭଦ୍ରା ଟଙ୍କା ଦିଆଯିବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯାଞ୍ଚ ଆସନ୍ତା ୩୦ ସୁଦ୍ଧା ଶେଷ ହୋଇଯିବ, ଏହାପରେ ହିତାଧିକାରୀଙ୍କୁ ନୂଆବର୍ଷରେ ନୂଆ ଉପହାର ଦିଆଯିବ । ଏହା ସହ ପୂର୍ବରୁ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ମାର୍ଚ୍ଚ ୭ ତାରିଖରେ ସୁଭଦ୍ରା ପ୍ରଥମ କିସ୍ତିର ଶେଷ ପର୍ଯ୍ୟାୟ ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ ଏବଂ ମାର୍ଚ୍ଚ ୮ ତାରିଖରୁ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। Post navigation ଆଜିଠୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି ସ୍ଥଗିତ ରାଜ୍ୟପାଳ ଅପସାରିତ, ଏଏସଓ ଏବେ ବି ନ୍ୟାୟ ପାଇବାରୁ ବଞ୍ଚିତ: ବିଜେଡି