ଓଡ଼ିଶାରେ ନିର୍ମାଣ ହେବାକୁ ଯାଉଛି ୨୬୦୦ କିମି ଲମ୍ବ ବିଶିଷ୍ଟ ଗ୍ରାଣ୍ଡ ରିଂ ରୋଡ୍ । ଏହା ଆଗାମୀ ୩ ବର୍ଷରେ ନିର୍ମାଣ ହେବ । ଏ ନେଇ ସୂଚନା ଦେଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଗ୍ରାଣ୍ଡ ରିଂ ରୋଡ୍ ପାଇଁ ୯୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୨୪ ଘଣ୍ଟାରେ ଏହି ରାସ୍ତାକୁ ଅତିକ୍ରମ କରିହେବ ବୋଲି କହିଛନ୍ତି ପୃଥ୍ବୀରାଜ । ଏହି ଗ୍ରାଣ୍ଡ ରିଂ ରୋଡ଼ ମାଲକାନଗିରି ମୋଟୁରୁ ମୟୂରଭଞ୍ଜ ତିରିଂକୁ ଯୋଡ଼ିବ । ଏଥି ସହ କେନ୍ଦୁଝର ଓ ବଡ଼ବିଲ ଖଣି ଅଞ୍ଚଳରେ ବି ନିର୍ମାଣ ହେବ ରିଂ ରୋଡ୍ । ୨୨୦୦ କୋଟି ଟଙ୍କାରେ ନିର୍ମାଣ ହେବ । ଏହାର ରକ୍ଷଣାବେକ୍ଷଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । Post navigation ଡିଜିଟାଲ ହେବ ସ୍ୱାସ୍ଥ୍ୟ ବ୍ୟବସ୍ଥା; ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା’ କାର୍ଡ ନିର୍ଭୟକୁ ଆସିଛି ପନ୍ନୁର ଧମକପୂର୍ଣ୍ଣ ମେଲ୍