ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ଼ ବିଜାପୁରରେ ୨୫ ଜଣ ମାଓବାଦୀ । ଏମାନେ ବଡ଼ବଡ଼ ନକ୍ସଲ ହିଂସାରେ ଜଡିତ ଥିଲେ। ଆଜି ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ବସ୍ତର ରେଞ୍ଜର ଉଚ୍ଚାପଦଧିକାରୀଙ୍କ ଉପସ୍ଥିତିରେ ଏହି ୨୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କୁ ଧରାଇବାକୁ ୨୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଆଜି ମାଓବାଦୀମାନେ ଆସି ଆତ୍ମସମର୍ପଣ କରିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରେ ୩ ଜଣ ପିଏଲ୍‌ଜିଏ ସଦସ୍ୟ ତଥା ସାମବତୀ ମାଡକମ(୨୩), ଜ୍ୟୋତି ପୁନେମ(୨୭), ମହେଶ ତେଲମ(୨୪)।ଶାମବତୀ, ଜ୍ୟୋତି ଏବଂ ମହେଶ ରହିଥିବା ଜଣାପଡିଛି । ଏହି ୩ ଜଣଙ୍କ ନାଁରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *