ବିଧାନସଭାରେ ଉଠିଲା ଦାଦନ ଙ୍କ ମୃତ୍ୟୁ ପ୍ରସଙ୍ଗ । ୩ ବର୍ଷରେ ବାହାର ରାଜ୍ୟକୁ ଯାଇଥିବା ଦାଦନଙ୍କ ମଧ୍ୟରୁ ୨୩୩ ଦାଦନଙ୍କ ମୃତ୍ୟୁ ହୋଇଛି। ଆଜି ବିଧାନସଭା ଗୃହରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ଗତ ୩ ବର୍ଷ ମଧ୍ୟରେ ୨୩୩ ଦାଦନଙ୍କ ମୃତ୍ୟୁ ହୋଇଛି । ୨୩୩ ଜଣଙ୍କ ମଧ୍ୟରୁ ୧୯୯ ଜଣଙ୍କ ମୃତଦେହ ଓଡ଼ିଶା ଫେରିଛନ୍ତି ।୩ ବର୍ଷ ମଧ୍ୟରେ ୨୩୩ ମୃତ ଦାଦନଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୪୩, ବଲାଙ୍ଗିରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୨୦୧୫ ରୁ ୨୦୨୪ ପର୍ଯ୍ୟନ୍ତ ୪୦୩ ଜଣ ଅନ୍ୟ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ୨୦୧୫ ରୁ ୨୦୨୪ ମଧ୍ୟରେ ମୃତ ହୋଇଥିବା ୪୦୩ ଜଣଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୯ ଜଣ, କଳାହାଣ୍ଡିରୁ ୩୯, ବଲାଙ୍ଗିରରୁ ୩୫, କନ୍ଧମାଳରୁ ୩୨, ରାୟଗଡ଼ରୁ ୨୮, ନୂଆପଡ଼ାରୁ ୧୮ ଜଣ, ବୌଦ୍ଧରୁ ୧୮ ଜଣ, ଖୋର୍ଦ୍ଧାରୁ ୧୭, ନବରଙ୍ଗପୁରରୁ ୧୬, କୋରାପୁଟରୁ ୧୪ଜଣ, ଯାଜପୁରରୁ ୧୪ଜଣ, କେନ୍ଦ୍ରାପଡ଼ାରେ ୧୪, ନୟାଗଡ଼ରୁ ୧୩, ସୁବର୍ଣ୍ଣପୁରରୁ ୧୨, ସୁନ୍ଦରଗଡରୁ ୮ , କେନ୍ଦୁଝରରୁ ୮, ମାଲକାନଗିରିରୁ ୮, ପୁରୀରୁ ୬, କଟକରୁ ୬, ଭଦ୍ରକରେ ୫, ଅନୁଗୁଳରୁ ୪, ବାଲେଶ୍ୱରରୁ ୪, ବରଗଡ଼ରୁ ୪, ଗଜପତିରୁ ୪, ଢେଙ୍କାନାଳରୁ ୩, ଦେଓଗଡ଼ରୁ ୨, ଜଗତସିଂପୁର ରୁ ୧, ଝାରସୁଗୁଡ଼ାରୁ ୧ଦାଦନଙ୍କ ମୃତ୍ୟୁ ହୋଇଛି । Post navigation ପ୍ରକାଶ ପାଇଲା ରାଜ୍ୟସଭା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ପୌର ପରିଷଦ ନିର୍ବାହୀ ଅଧିକାରୀ