ସବୁଠାରୁ ବଡ ନକ୍ସଲଙ୍କ ଆତ୍ମସମର୍ପଣ । ଅସ୍ତ୍ର ଛାଡ଼ିଛନ୍ତି ୨୦୮ ମାଓବାଦୀ । ଜଗଦଲପୁରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ନିକଟରେ ୨୦୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୧୫୩ ମାରଣାସ୍ତ୍ର ଦାଖଲ କରିଛନ୍ତି, ଯେଉଁଥିରେ ଏକେ-୪୭ ରାଇଫଲ୍, ଇନସାସ୍ ରାଇଫଲ୍, ଆଦି ରହିଛି । ଆଜି ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲ ଇନ୍ଦ୍ରାବତୀ ଡିଭିଜନ ଏବଂ ମାଡ୍ ଡିଭିଜନର। ମାଡ୍ ଡିଭିଜନର ସକ୍ରିୟ ନେତା ହେଉଛନ୍ତି ରୁପେଶ। ରୂପେଶ ନାମରେ ସରକାର ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।

ସୂଚନା ଯୋଗ୍ୟ; କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶଙ୍କ ନେତୃତ୍ଵରେ ୧୫୦ରୁ ଅଧିକ ମାଓବାଦୀ ବୀଜାପୁରରୁ ଚାଲି ଚାଲି ଆସି ଇନ୍ଦ୍ରାବତୀ ନଦୀ କୂଳରେ ଏକାଠି ହୋଇଥିଲେ । ସମସ୍ତଙ୍କୁ ସ୍ୱତନ୍ତ୍ର ବସ ଯୋଗେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜଗଦଲପୁର ନିଆଯାଇଥିଲା । ସେହିପରି କାଙ୍କେର ଜିଲ୍ଲାରେ ମଧ୍ୟ ବହୁ ନକ୍ସଲ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଥିଲେ । ସେମାନଙ୍କୁ ମଧ୍ୟ ଜଗଦଲପୁର ନିଆଯାଇଥିଲା । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *