ଆଜି ବିଧାନସଭାରେ ଉଠିଲା ଦାଦନ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ । ଗୃହରେ ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ୨୦୨୩-୨୪ରେ ରାଜ୍ୟ ଏବଂ ଦେଶ ବାହାରେ କାମ କରିବାକୁ ଯାଇ ୨୦୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।

ମୃତ୍ୟୁ ବରଣ କରିଥିବା ୨୦୭ ଜଣଙ୍କ ମଧ୍ୟରୁ ସର୍ବାଧିକ ବ୍ରହ୍ମପୁରର ୨୭ ଜଣ, ବଲାଙ୍ଗୀରର ୨୩ ଜଣ, ଛତ୍ରପୁରର ୨୨ ଜଣ, କଳାହାଣ୍ଡି ଓ କନ୍ଧମାଳର ୧୬ ଲେଖାଏଁ, ମୟୂରଭଞ୍ଜ, ନବରଙ୍ଗପୁର ଓ ରାୟଗଡ଼ାରେ ୧୩ ଜଣ ଲେଖାଏଁ ଦାଦନ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ସେହିପରି ୩ ବର୍ଷରେ ୨୬୨ ଦାନନଙ୍କ ଜୀବନ ଯାଇଛି । ଏହା ସହ ମୃତ ଦାଦନ ଶ୍ରମିକଙ୍କୁ ଫେରାଇ ଆଣିବାକୁ ସରକାର ୩୦ ଲକ୍ଷ ୨୯ ହାଜର ୮୫୪ ଟଙ୍କା ଖର୍ଚ୍ଚ କରିଛନ୍ତି ।

 

Leave a Reply

Your email address will not be published. Required fields are marked *