୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜନ୍ କ୍ଲାର୍କ, ମିଶେଲ ଏଚ୍. ଡେଭୋରେଟ, ଜନ୍ ଏମ୍. ମାର୍ଟିନିସଙ୍କୁ ନୋବେଲ୍। ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଗବେଷଣା ପାଇଁ ପାଇବେ ଏହି ସମ୍ମାନଜନକ ନୋବେଲ ପୁରସ୍କାର। ୧୯୮୦ରୁ ଏହି ୩ ବୈଜ୍ଞାନିକ ଏକାଠି ଗବେଷଣା କରି ଆସୁଥିଲେ। କମ୍ପ୍ୟୁଟର ମାକ୍ରୋସ୍କୋପିକରେ ଥିବା ଟ୍ରାଞ୍ଜିଷ୍ଟରଗୁଡ଼ିକ ଆମକୁ ଘେରି ରହିଥିବା ପ୍ରତିଷ୍ଠିତ କ୍ୱାଣ୍ଟମ୍ ପ୍ରଯୁକ୍ତିର ଏକ ଉଦାହରଣ। ଚଳିତ ବର୍ଷର ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର କମିଟି ଏକ ଗଣମାଧ୍ୟମକୁ କହିଛି ଯେ କ୍ୱାଣ୍ଟମ୍ କ୍ରିପ୍ଟୋଗ୍ରାଫି, କ୍ୱାଣ୍ଟମ୍ କମ୍ପ୍ୟୁଟର ଏବଂ କ୍ୱାଣ୍ଟମ୍ ସେନ୍ସର ସମେତ ପରବର୍ତ୍ତୀ ପିଢ଼ିର କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସୁଯୋଗ ପ୍ରଦାନ କରିଛି। ରୟାଲ ସ୍ୱେଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ପୁରସ୍କାର ସେମାନଙ୍କୁ “ବୈଦ୍ୟୁତିକ ସର୍କିଟରେ ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଏବଂ ଶକ୍ତି କ୍ୱାଣ୍ଟାଇଜେସନ୍ର ଆବିଷ୍କାର” ପାଇଁ ଦିଆଯାଇଛି। ଏହି ପୁରସ୍କାରରେ ୧.୨ ନିୟୁତ ଡଲାର (୧୧ ନିୟୁତ ସ୍ୱେଡିସ୍ କ୍ରୋନ୍) ମୂଲ୍ୟର ପୁରସ୍କାର ରାଶି ବିଜେତାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ। ଡିସେମ୍ବର ୧୦ ତାରିଖରେ, ଆଲଫ୍ରେଡ ନୋବେଲଙ୍କ ମୃତ୍ୟୁ ବାର୍ଷିକୀରେ ପୁରସ୍କାର ପ୍ରଦାନ କରାଯିବ । ୬ ଅକ୍ଟୋବରରୁ ଆରମ୍ଭ ହୋଇଥିବା ନୋବେଲ ପୁରସ୍କାର ଘୋଷଣା ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଜନ୍ କ୍ଲାର୍କ ବ୍ରିଟେନର କେମ୍ବ୍ରିଜରେ ୧୯୪୨ରେ ଜନ୍ମଗ୍ରହଣ କରିଥିଲେ। ସେ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ୧୯୬୮ରେ ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ସେହିପରି ମିଶେଲ ଏଚ୍. ଡେଭୋରେଟ ୧୯୫୩ରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୨ରେ ପ୍ୟାରିସ-ସୁଦ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ଲାଭ କରିଥିବା ବେଳେ ବର୍ତ୍ତମାନ ୟେଲ ବିଶ୍ଵବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଜନ୍ ଏମ୍. ମାର୍ଟିନିସ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏବେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟରୁ ପିଏଚ.ଡି ଡିଗ୍ରୀ ହାସଲ କରିଛନ୍ତି। ସୂଚନା ଯୋଗ୍ୟ; ୧୯୦୧ ରୁ ୨୦୨୪ ମଧ୍ୟରେ, ପଦାର୍ଥ ବିଜ୍ଞାନରେ ୧୧୮ ଥର ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୨୨୬ ଜଣ ବୈଜ୍ଞାନିକଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। Post navigation ମୋହନ ସରକାର ଆସିବା ପରେ ଗଞ୍ଜାମରେ ହୋଇଛି ୧୨୮ ମର୍ଡର: ବିଜେଡି ୧୧ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା