ଇଂରାଜୀ କ୍ୟାଲେଣ୍ଡର ବର୍ଷ ୨୦୨୫ର ଆଜି (ବୁଧବାର) ପ୍ରଥମ ଦିନ । କିନ୍ତୁ ପ୍ରାରମ୍ଭିକ ସ୍ବାଗତ ସମ୍ଭାଷଣ, ଉପହାର ଆଦାନ ପ୍ରଦାନ ଏବଂ ଦେବାଦେବୀଙ୍କ ନିକଟରେ ଅର୍ଜନା ପରେ ଆରମ୍ଭ ହେବ ଅସଲ ପରୀକ୍ଷାର ବେଳ ତିନି ରାଜନୈତିକ ଦଳ ପାଇଁ । ଉଣା ଅଧିକ ଭାଜପା, ବିଜଦ ଏବଂ କଂଗ୍ରେସ ଏକ ବଢ଼ ଚ୍ୟାଲେଞ୍ଜକୁ ସାମ୍ନା କରିବେ ଏହି ୨୦୨୫ ବର୍ଷରେ । ପ୍ରଥମେ ଆରମ୍ଭ କରାଯାଇ ଭାରତୀୟ ଜନତା ପାର୍ଟିରୁ । ବିଜୁ ଜନତା ଦଳ ଯେମିତି କେବେ ଭାବି ନଥିଲା ଯେ କ୍ଷମତା ଚାଲିଯିବ। ନବୀନଙ୍କୁ ଶେଷରେ ବିଲକୁ ଯିବାଲାଗି ପଢ଼ିବ । ଠିକ ସେମିତି ଭାରତୀୟ ଜନତା ପାର୍ଟି ବି ଏକାକୀ ସରକାର ଗଢ଼ିବ ବୋଲି କେବେ ବି କଳ୍ପନା କରିନଥିବ। ଜନତା ସବୁ ଓଲଟପାଲଟ କରିଦେଲେ । ୭ ମାସ ପ୍ରାୟ ହୋଇଗଲା ରାଜ୍ୟର ପ୍ରଥମ ଭାଜପା ସରକାରକୁ । ଏପର୍ଯ୍ୟନ୍ତ ଉତ୍ସବ, ହ୍ୟାଙ୍ଗଓଭରରୁ ଦଳର ମନ୍ତ୍ରୀ ଓ ବିଧାୟକମାନେ ବାହାରି ପାରି ନାହାନ୍ତି । ଆକ୍ସନ କମ, ସେଲିବ୍ରେସନ ଅଧିକ । କିନ୍ତୁ ଅସଲ ପରୀକ୍ଷାର ଘଢ଼ି ଆସୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଧାଖଣ୍ଡିଆ ସରକାର ନେତୃତ୍ବ ନେଉଛନ୍ତି । ୬ଟି ମନ୍ତ୍ରୀ ପଦ ଖାଲିପଡିଛି । କାହିଁକି ପ୍ରଥମ ଦିନ ଏତେ ସଂଖ୍ୟକ ମନ୍ତ୍ରୀ ପଦ ଖାଲି ପକାଇ ମୋହନଙ୍କ ନେତୃତ୍ବରେ ୧୬ ଜଣିଆ ମନ୍ତ୍ରୀ ପରିଷଦ ଶପଥ ଗ୍ରହଣ କଲା, ତାହାର ରହସ୍ୟ କ୍ରମଶଃ ସାମ୍ନାକୁ ଆସୁଛି । ହାତ ଗଣଦି କେତେଜଣଙ୍କୁ ଛାଡ଼ିଦେଲେ ଅଧିକାଂଶ ଅରଖ ନୂଆ। କିନ୍ତୁ ନୂଆ ମନ୍ତ୍ରୀମାନେ କିଛି ଶିଖିବା, ଆଦର୍ଶ ସୃଷ୍ଟି କରିବା ପରିବର୍ତ୍ତେ ବବଳି ଏବଂ ପୋଷ୍ଟିରେ ମାରି ଯାଇଛନ୍ତି । ସତ ହେଉ କି ମିଛ ଅନେକ ମନ୍ତ୍ରୀଙ୍କ ନାଁରେ ଦୂର୍ନୀତି ଅଭିଯୋଗ ଆସିଲାଣି । ମନ୍ତ୍ରୀମାନଙ୍କ ଭିତରେ ସମନ୍ବୟ ନାହିଁ । ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ପ୍ରତି ଅନେକ ନୂଆ ମନ୍ତ୍ରୀଙ୍କର ଆନୁଗତ୍ୟର ଅଭାବ ଅଛି । ଏହି କାରଣରୁ ଯେଉଁ ପ୍ରକାର ଚମକ ପ୍ରଥମ ଭାଜପା ମନ୍ତ୍ରୀମଣ୍ଡଳ ସୃଷ୍ଟି କରିବା କଥା, କରିପାରି ନାହିଁ। ଏହାଦ୍ବାରା ବଳ ଓ ସରକାର ବଦନାମ ହେଇଛନ୍ତି ଜନତାଙ୍କ ଆଖରେ । ଏହି କାରଣରୁ ଖାଲି ପଢ଼ିଥିବା ୬ଟି ମନ୍ତ୍ରୀ ପଦ ପୂରଣ କଲାବେଳେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝା ଏବଂ ଭାଜପାକୁ ହାରେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ । Post navigation ବିଜଦ ପାଇଁ ନହେଉ ଆଉ ଏକ ବିପର୍ଯ୍ୟୟର ବର୍ଷ; ଉତ୍ତରାଧିକାରୀ ବାଛି ପାରିବେ କି ନବୀନ ? ୨୦ ଭାଜପା ସାଂସଦଙ୍କ ବାବଦରେ ଆରମ୍ଭ ହେବାକୁ ଯାଉଛି ସର୍ଭେ !