Month: December 2024

କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ଆଉ ଦୁଇଟି ବ୍ରିଜ

କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜ ନିର୍ମାଣ କରିବେ ରାଜ୍ୟ ସରକାର । ଜୁଡ଼ିସିଆଲ ଏକାଡେମୀରୁ ତ୍ରିଶୁଳିଆ ଛକ ଯାଏଁ ଆଉ ଏକ ବ୍ରିଜ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି…

ବିଜେଡି ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ: ସାଂସଦ ବଳଭଦ୍ର ମାଝୀ

ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରୀ ରଖିଛି ବୋଲି କହିଛନ୍ତି ସାଂସଦ ବଳଭଦ୍ର ମାଝୀ । ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି…

ରୋଜଗାର ମେଳା ମାଧ୍ୟମରେ ଓଡ଼ିଶାର ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

ଆଜି ଓଡିଶା ସମେତ ସମଗ୍ର ଦେଶର ୪୫ ଟି ସ୍ଥାନରେ ରୋଜଗାର ମେଳାର ୧୪ତମ ସଂସ୍କରଣରେ ଆଭାସୀ ଜରିଆରେ ୭୧,୦୦୦ ନବନିଯୁକ୍ତ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଆଇଆଇଏମଟି ଠାରେ…

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ଫେଲ୍‌; ନୋ ଡିଟେନ୍ସନ ପଲିସି ରଦ୍ଦ କଲା କେନ୍ଦ୍ର

ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେବେନି କଟକଣା ହଟିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇ ‘ନୋ ଡିଟେନ୍ସନ ପଲିସି’ ରଦ୍ଦ କରିଦେଇଛି ।ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ…

ରୁବେନ୍‌ ବାନାର୍ଜୀଙ୍କ ବହିକୁ ନେଇ ରାଜନୀତି; ବିରୋଧୀଙ୍କ ମତକୁ ନେଇ ଲେଖାଯାଇଛି ବହି: ବିଜେଡି

ରାଜନୈତିକ ଚର୍ଚ୍ଚାରେ ରୁବେନ ବାନାର୍ଜୀଙ୍କ ପୁସ୍ତକ। ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଲେଖାଯାଇଥିବା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ- The authoritative biography revised after 2024 election’କୁ ନେଇ ବର୍ଷିଛି ବିଜେଡି। ବହିରେ ଥିବା ତଥ୍ୟ…

୩ ଦିନ ଭିତରେ ସରିବ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ; ୫ ଦିନରେ ମିଳିବ କ୍ଷତି ପୂରଣ ରାଶି

ଅମଳ ସମୟରେ ଦାଉ ସାଜୁଛି ଲଗାଣ ବର୍ଷା। ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିଛି । ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି…

କାଲିଠୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା

କାଲିଠାରୁ ପୁଣି ରାଜ୍ୟରେ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଆସନ୍ତା ୨୪ ତାରିଖ ଠାରୁ ଦୁଇଦିନ ଯାଏଁ ରାଜ୍ୟରେ ପୁଣି…

ରାଜଧାନୀରେ ଯୁବକଙ୍କୁ ଛୁରୀରେ ଆକ୍ରମଣ ସହ ବାନ୍ଧବୀକୁ ଅପହରଣ ଅଭିଯୋଗ 

ରାତି ଅଧରେ ରାଜଧାନୀରେ ଯୁବତୀଙ୍କୁ ଅପହରଣ। ପୁରୁଷ ବନ୍ଧୁଙ୍କୁ ମାଡ଼ ମାରି ଯୁବତୀଙ୍କୁ ଅପହରଣ । ଯୁବକ ଓ ଯୁବତୀ ଦୁଇଜଣ ରାତିରେ ଯାଉଥିବା ସମୟରେ ଛୁରୀରେ ଆକ୍ରମଣ କରି ଯୁବତୀଙ୍କୁ ଅପହରଣ କରାଯାଇଥିବା ନେଇ ସୂଚନା ମିଳିଛି । ଯୁବତୀଙ୍କ…

ଆସନ୍ତା ୨୫ ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନଉଠିଲେ କଂଗ୍ରେସର କରିବ ଆନ୍ଦୋଳନ ଓ ରାସ୍ତାରୋକ: ତାରା 

ଆସନ୍ତା ୨୫ ତାରିଖ ସୁଦ୍ଧା କୋରାପୁଟ ଜିଲ୍ଲାର ସମସ୍ତ ମଣ୍ଡିରୁ ଧାନ ନ ଉଠିଲେ ଜିଲ୍ଲାରେ ଆନ୍ଦୋଳନ ଓ ବନ୍ଦ କରାଯିବ ବୋଲି ଆଜି ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ।…

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ

ଉତ୍ତର ପ୍ରଦେଶର ପିଲିଭିତରେ ପଞ୍ଜାବ ଓ ଉତ୍ତରପ୍ରଦେଶ ପୋଲିସର ମିଳିତ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀମାନେ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସ୍ମନପ୍ରୀତ ସିଂହ। ସେମାନଙ୍କ ନିକଟରୁ ୨ଟି ଏକେ ୪୭ ଓ…