Month: July 2024

ରଥଯାତ୍ରାରେ ନୀତି ବିଭ୍ରାଟ ଅଭିଯୋଗ ଆଣିଲା କଂଗ୍ରେସ

ଚଳିତ ରଥଯାତ୍ରାରେ ନୀତିରେ ହୋଇଛି ନୀତି ବିଭ୍ରାଟ । ଏନେଇ ଅଭିଯୋଗ ଆଣିଲା କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ନେତ୍ର ଉତ୍ସବର ନୀତିକାନ୍ତି ଠିକ ଭାବରେ କରାଯାଇନାହିଁ । ଠାକୁରଙ୍କୁ ଅଖିଆଅପିଆ ପହଣ୍ଡି ପାଇଁ ଅଣାଯାଇଛି । ସେନା ପଟା…

ଅର୍ଡରର ୪୮ ଘଣ୍ଟାରେ ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ଗ୍ୟାସ୍‌

ଖାଉଟିଙ୍କ ପାଇଁ ଖୁସି ଖବର। ଏଣିକି ଗ୍ୟାସ୍ ଅର୍ଡରର ୪୮ ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର। ଆଜି ପେଟ୍ରୋଲ୍, ଡିଜେଲ୍ ଓ ଏଲ୍‌ପିଜି ଡିଲର୍‌ ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଯୋଗାଣ ମନ୍ତ୍ରୀ…

ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବ ନାହିଁ…

ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ: ବାଡ଼ଗ୍ରାହୀ

ରତ୍ନଭଣ୍ଡାର ଚାବି ନେଇ ବୟାନ ଦେଲେ ପ୍ରଭୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି। ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ ବୋଲି କହିଲେ ଜଗୁନି। ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି।…

ସୁନାବେଶ ପାଇଁ ୧୯୦ ପ୍ଲାଟୁନ ଫୋର୍ସ ମୁତୟନ

ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ହେବ ମହାପ୍ରଭୁଙ୍କ ସୁନାବେଶ । ସୁନାବେଶ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ସୂଚନା ଦେଇଛନ୍ତି ପୁରୀ ଏସପି ପିନାକ ମିଶ୍ର । ସୁନାବେଶରେ ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ। ଏ ନେଇ ପୁରୀ ଏସ୍‌ପି ପିନାକ…

ଏଏସ୍‌ଓଙ୍କୁ ମାଡ଼ ଘଟଣା: ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ

ଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ବିଜେଡି ରାଜ୍ୟ ସରକାରଙ୍କୁ ଘେରିଛି। ମଙ୍ଗଳବାର ଲେଖାଶ୍ରୀ ସାମନ୍ତସିଂହାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିବା ସହିତ ସିଧାସଳଖ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି…

ସ୍କୁଲ ଚାଲିଥିବାବେଳେ ପଶିଆସିଲା ଭାଲୁ

ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଦହଣାରେ ସ୍କୁଲ ଚାଲିଥିବାବେଳେ ଭାଲୁ ପଶିଆସିଲା। ସ୍କୁଲର ନିର୍ମାଣାଧୀନ କୋଠାରେ ପଶିଯାଇଛି ଭାଲୁ। ସୁରକ୍ଷା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ବି ଭାଲୁ ସ୍କୁଲ ପରିସରରେ ଶୋଇଥିବା ସୂଚନା ମିଳିଛି। ସ୍କୁଲର ପାଚେରୀ ନଥିବାରୁ…

ସ୍ଥାନାନ୍ତର ଓ ମରାମତି ପରେ ଗଣତି

ରତ୍ନଭଣ୍ଡାର ଓ ଅଳଙ୍କାର ସମ୍ପର୍କରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି । ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ୱାରା ମରାମତି ସାରିବା…

ରଥରେ ୨ ଅଧିକାରୀ ଚଢ଼ିବା ଘଟଣା: ପ୍ରମାଣ ଦେଲା ପ୍ରଶାସନ

ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥରେ ୨ ଅନଧିକୃତ ସରକାରୀ ଅଧିକାରୀ ରଥରେ ଚଢ଼ିଥିଲେ। ଏହି ଘଟଣାରେ ଏତଲା ହେବା ପରେ ଫଟୋ ଓ ଭିଡିଓ ଫୁଟେଜ୍‌ ସିଂହଦ୍ୱାର ଥାନାକୁ ହସ୍ତାନ୍ତର କରାଯାଇଛି। ପେନ୍ ଡ୍ରାଇଭରେ ପୋଲିସକୁ ଫୁଟେଜ୍ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

୧୮ରେ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ରତ୍ନଭଣ୍ଡାର ଖୋଲୁଥିବାରୁ ଭକ୍ତମାନଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ରହିବ। ଏ ନେଇ ଅଧ୍ୟକ୍ଷ ଜଷ୍ଟିସ ରଥ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି । ସକାଳ ୯ଟା ପରେ…