Day: 31 July 2024

ପିଏମ ଫସଲ ବୀମା ଆବେଦନ ଅବଧି ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା

ଚଳିତ ଖରିଫ ଋତୁ ପାଇଁ ପିଏମ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧିନରେ ଚାଷୀ ପଞ୍ଜୀକରଣ ସମୟସୀମାକୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଜୁଲାଇ ୩୧ ଶେଷ ତାରିଖ ଥିଲାବେଳେ ଆଉ ୧୦ ଦିନ ବୃଦ୍ଧି ନେଇ ନିର୍ଦ୍ଦେଶନାମା ଜାରି…

ଅଗଷ୍ଟ ୫ରେ ପ୍ରକାଶ ପାଇବ ପିଜି ମେରିଟ୍‌ ଲିଷ୍ଟ

ପିଜି ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଗଷ୍ଟ ୫ ଅପରାହ୍ନ ୪ଟାରେ ପିଜି ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଅଗଷ୍ଟ ୫ରୁ ୧୨ ତାରିଖ ମଧ୍ୟରେ ଚଏସ୍‌ ଫିଲିଂ ହେବ । ଅଗଷ୍ଟ ୨୦…

୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲଗାଡ଼ି। ଭଦ୍ରକରୁ ଖଡ଼ଗପୁର ଅଭିମୁଖେ ଯାଉଥିଲା ବେଳେ ବସ୍ତା-ଅମର୍ଦା ରୋଡ୍‌ ଷ୍ଟେସନ ନିକଟରେ ଏଭଳି ଅଘଟଣ ଘଟିଛି।ଛରେ ବଗି ନ ଥିବା ଜଣାପଡ଼ିବା ପରେ ଡ୍ରାଇଭର…

ୱାଏନାଡ଼ ସ୍ଥିତି ଭୟଙ୍କର: ୨୦୦ ଛୁଇଁଲାଣି ମୃତ୍ୟୁସଂଖ୍ୟା

କେରଳର ୱାଏନାଡ଼ରେ ପ୍ରକୃତି ରଚିଛି ତାଣ୍ଡବ ଲୀଳା। ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମାଳ ମାଳ ମୃତଦେହ ମିଳୁଛି । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି…

ସାଂଘାତିକ ଅଭିଯୋଗ: ନିବେଦିତା ମାଡାମଙ୍କ ବିନା ଅନୁମତିରେ କିଛି କାମ ହୁଏନି

ଭିଜିଲାନ୍ସ ପଞ୍ଝାରେ ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି। ମଙ୍ଗଳବାର ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଟଣୀ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀମତୀ ମହାନ୍ତିଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବିଲ୍ ପାସ କରିଦେବା…

ଦୁର୍ନୀତି ଅଭିଯୋଗରେ ଦୁଇଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ରାଜ୍ୟରେ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମକୁ ଭାଙ୍ଗିଲେ ରାଜ୍ୟ ସରକାର। ଏଣିକି ରାଜ୍ୟ ସରକାର ଦୁଇଟି ବୋର୍ଡର ବ୍ୟାପାର ବୁଝିବେ ବୋଲି ସମବାୟ ସମିତି ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

୨୦୨୦ ମସିହାରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା…

ଚାକିରି ହରାଇଲେ ଟ୍ରେନି ଆଇଏଏସ୍ ପୂଜା ଖେଡକର

ଦିନକୁ ଦିନ ଠକେଇ ଏବଂ ଜାଲିଆତି ଘଟଣାରେ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ଉପରେ କେନ୍ଦ୍ର ଲୋକସେବା ଆୟୋଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପିଏସସି ତରଫରୁ ତାଙ୍କର…

ରାଜ୍ଯସଭାରେ ନବୀନଙ୍କ ନୀତିକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

ବିପର୍ଯ୍ଯୟ ମୁକାବିଲାରେ ନବୀନଙ୍କ ନୀତିକୁ ରାଜ୍ଯସଭାରେ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ୱାଏନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ରାଜ୍ଯସଭାରେ ବିରୋଧୀ ଦଳ ଆଗୁଆ ସୂଚନା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହାର ଉତ୍ତରରେ ୱାୟନାଡ଼ ଭୂସ୍ଖଳନ ପ୍ରସଙ୍ଗରେ ବିବୃତ୍ତିରେ…

ମୃତକ ଓ ନିଖୋଜଙ୍କ ପରିବାରର ସହାୟତା ପାଇଁ ୱାୟନାଡ଼ ଗଲେ ଦୁଇ ଓଡ଼ିଆ ଅଧିକାରୀ

କେରଳର ଭୂସ୍ଖଳନରେ ଓଡ଼ିଆ ଡାକ୍ତର ମୃତକ ଓ ନିଖୋଜଙ୍କ ପରିବାରକୁ ସହାୟତା ପାଇଁ ୱାୟନାଡ଼ ଗଲେ ଦୁଇ ଓଡ଼ିଆ ଅଧିକାରୀ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ୱାୟନାଡ଼କୁ ପଠାଯାଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…