ରାଜ୍ୟରେ ନାରୀ ନିର୍ଯାତନା ଘଟଣା ବୃଦ୍ଧିକୁ ନେଇ ବିଧାନସଭା ଘେରିବେ ୨୦ ହଜାର ମହିଳା । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ  । ସେ କହିଛନ୍ତି ବିଧାନସଭା ମୌସୁମୀ ଅଧିବେଶନ ଦିନ ଘେରାଉ କରିବେ ବିଧାନସଭା ଘେରିବେ ୨୦ ହଜାର ମହିଳା । ନାରୀ ନିର୍ଯାତନା ମାମଲାରେ ପଦକ୍ଷେପ ନନେଲେ ଘେରାଉ କରିବେ ମହିଳା ।

ରାଜ୍ୟରେ ନାରୀ ନିର୍ଯାତନା ବଢିଚାଲିଛି । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ ବୋଲି କହିଛି କଂଗ୍ରେସ । ତେଣୁ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ କୌଣସି କଠୋର କାର୍ଯାନୁଷ୍ଠାନ ନ ହେଲେ ମହିଳାମାନେ ବିଧାନସଭା ଘେରିବେ ବୋଲି ଚେତାବନୀ ଦେଇଛନ୍ତି ପିସିସି ସଭାପତି ।

 

Leave a Reply

Your email address will not be published. Required fields are marked *