ରାଜ୍ୟରେ ଆଉ ୨୦ଟି ନୂଆ ଏନଏସି ଗଠନ ହେବା ନେଇ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଘୋଷଣା କରିଛନ୍ତି । ଏହି ସମ୍ବନ୍ଧୀୟ ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ନଗର ଉନ୍ନୟନ ବିଭାଗ ପଠାଇଛି । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ନୂଆ ଏନଏସି ଗଠନ ହେବ । ବର୍ତ୍ତମାନ ରାଜ୍ୟରେ ୧୭% ସହରାଞ୍ଚଳ ରହିଛି, ୩୦% ବୃଦ୍ଧି ପାଇଁ ଯୋଜନା ରହିଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । Post navigation ୱକ୍ଫ ସଂଶୋଧନ ସପକ୍ଷରେ ଭୋଟ୍ ଦେଇଥିବା କହିଲେ ସାଂସଦ ସୁଲତା ଦେଓ ବିଭିନ୍ନ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ପ୍ରଦାନ